୨୫ରୁ ଉଡ଼ିବ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ, ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

Advertisment
ବିମାନ ବିଳମ୍ବରେ ଛାଡ଼ିବାରୁ ଝାରସୁଗୁଡ଼ା ବିମାନବନ୍ଦରରେ ଉତ୍ତେଜନା

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ଉଡ଼ିବ ବିମାନ। ଗତ ମାର୍ଚ୍ଚ ୨୪ ତାରିଖ ଠାରୁ କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଦେଶର ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିଥିଲେ। ତେବେ ଆସନ୍ତା ୨୫ ତାରିଖ ଠାରୁ ଝାରସୁଗୁଡ଼ା ବିମାନ ବନ୍ଦର ଠାରୁ ବିମାନ ଉଡ଼ାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି।

publive-image

ଆଜି ଏ ନେଇ ଜିଲ୍ଲାପାଳ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ବିମାନ ବନ୍ଦର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଠାରୁ ବିମାନ ସେବା ଯୋଗାଉ ଥିବା ସ୍ପାଇସ୍ ଜେଟ୍ ଓ ଏଲାୟନ୍ସ ଏୟାର କମ୍ପାନୀ ଉଡ଼ାଣ ପାଇଁ ତାର ସମୟ ସାରଣୀ ମଧ୍ୟ ପ୍ରକାଶ କରି ସାରିଛି। ଏହି ସମୟ ସାରଣୀ ଅନୁଯାୟୀ ସ୍ପାଇସ ଜେଟ୍ ପକ୍ଷରୁ ଝାରସୁଗୁଡ଼ା ଦିଲ୍ଲୀ ବିମାନ ସେବା ବୁଧବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ।

ତେବେ ହାଇଦ୍ରାବାଦ, କୋଲକାତା ସବୁ ଦିନ ସେବା ଯୋଗାଇବ ସ୍ପାଇସ ଜେଟ୍। ଝାରସୁଗୁଡ଼ା ରୁ ଦିଲ୍ଲୀ ବିମାନ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ାରେ ଅପରାହ୍ନ ୨.୫୦ରେ ପହଞ୍ଚିବ ଓ ଅପରାହ୍ନ ୩.୨୦ ଦିଲ୍ଲୀ ଅଭିମୂଖେ ଉଡ଼ାଣ ଭରିବ । ସେହିପରି ଝାରସୁଗୁଡ଼ାରୁ ହାଇଦ୍ରାବାଦ ଅପରାହ୍ନ ୪.୧୦ ଟା, ଝାରସୁଗୁଡ଼ାରୁ କୋଲକାତା ସକାଳ ୧୨.୪୫ରେ ଉଡ଼ାଣ ଭରିବ। ଏଲାୟନ୍ସ ଏୟାର ପକ୍ଷରୁ କଲିକତା ଓ ଭୁବନେଶ୍ବରକୁ ବିମାନ ସେବା ଯୋଗାଇବ। ଝାରସୁଗୁଡ଼ାରୁ ଭୁବନେଶ୍ବର ସକାଳ ୮.୧୦ରେ ଏବଂ କୋଲକାତା ସକାଳ ୧୧.୩୦ରେ ଉଡ଼ାଣ ଭରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe