ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ୨ ମାସ ପରେ ଉଡ଼ିଲା ବିମାନ

ଦିଲ୍ଲୀ ଓ ହାଇଦ୍ରାବାଦକୁ ଗଲା ଦୁଇ ବିମାନ

୯୦ ସ୍ପାଇସ୍‌ଜେଟ୍ ପାଇଲଟଙ୍କୁ ବୋଇଂ ୭୩୭ ଉଡ଼ାଣ ପାଇଁ ବାରଣ କଲା ଡିଜିସିଏ, କହିଲା ଅଧିକ ତାଲିମ ନିଅ

The Financial Express

ଝାରସୁଗୁଡ଼ା: ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ଥିବା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି (ମଇ-୨୫)ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି।

ମଇ -୨୫ରୁ ସ୍ପାଇସ ଜେଟ୍‌ କମ୍ପାନିର ଦୁଇ ଗୋଟି ବିମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନିର୍ଦ୍ଧାରିତ ସମୟର ୨/୩ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଥିଲା। ଦିଲ୍ଲୀରୁ ଆସୁଥିବା ବିମାନ ଅପରାହ୍ନ ୩ଟାରେ ୮୬ଜଣ ଯାତ୍ରୀଙ୍କୁ ନେଇ ଅବତରଣ କରିଥିବା ବେଳେ ପୁଣି ୬୩ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ସେହିପରି ହାଇଦ୍ରାବାଦରୁ ୨୦ ଜଣ ଯାତ୍ରୀଙ୍କୁ ନେଇ ସାଢ଼େ ୩ ଟାରେ ଅବତରଣ କରିଥିବା ବିମାନ ପୁଣି ୪୩ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଯାତ୍ରା କରିଥିଲା।

ମହାମାରୀ କରୋନାକୁ ଆଖି ଆଗରେ ରଖି ବିମାନ ବନ୍ଦରରେ କଡ଼ା ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାସ୍କ ଓ ସାମାଜିକ ଦୂରତାକୁ ବିଶେଷ ଦୃଷ୍ଟି ଦିଆଯାଇ ଯାତ୍ରୀଙ୍କ ଥର୍ମାଲ ଯାଞ୍ଚ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ କରୁଣାକରନ ପି କହିଛନ୍ତି।

publive-image

ଆଜି ବିମାନ ଉଡ଼ାଣର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ଆସି ପହଞ୍ଚିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଲଗେଜଗୁଡ଼ିକ ସାନିଟାଇଜ କରାଯାଇ ଭିତରକୁ ଛଡ଼ା ଯାଇଥିଲା। ସେହିପରି ଯେଉଁ ଯାତ୍ରୀମାନେ ଏଠାରେ ଅବତରଣ କଲେ ସେମାନଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କର ରେଜିଷ୍ଟ୍ରେସନ୍‌ ଯାଞ୍ଚ କରାଯାଇଥିଲା ଓ ତାଙ୍କ ହାତରେ ଷ୍ଟାମ୍ପିଂ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଥିବା ୧୦ ଗୋଟି ଟ୍ୟାକ୍ସିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ଟ୍ୟାକ୍ସିରେ ଡ୍ରାଇଭର ଏବଂ ଯାତ୍ରୀ ମଧ୍ୟରେ ସ୍ୱତନ୍ତ୍ର ଭାବରେ ବିଭାଜନ କରାଯାଇଛି। ଯାହାକି ଡ୍ରାଇଭର ଓ ଯାତ୍ରୀ ମଧ୍ୟରେ କୌଣସି ସଂକ୍ରମଣର ଭୟ ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe