ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର : ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ବିମାନ

ଝାରସୁଗୁଡ଼ା, ରାଉରକେଲାରୁ: ଏଣିକି ସବୁଦିନ ବିମାନ ଉଡ଼ାଣ

ଭୁବନେଶ୍ୱର : ସେପ୍ଟେମ୍ବର ୨୨ ତାରିଖରେ ଉଦ୍‌ଘାଟିତ ହୋଇଥିବା ଝାରସୁଗୁଡାର ବିମାନ ବନ୍ଦରରୁ ଦୀର୍ଘଦିନ ହେଲା କୌଣସି ବିମାନ ଉଡୁନଥିବାରୁ ଏହି ବିମାନବନ୍ଦରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିଲା। ପୁଣି କେବେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଉଡିବ ତାହାକୁ ନେଇ ଆଶଙ୍କାରେ ଥିଲେ ଯାତ୍ରୀ। ତେବେ ଏହି ଆଶଙ୍କାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ପୁଣିଥରେ ଏହି ବିମାନ ବନ୍ଦରରୁ ଉଡିବାକୁ ଯାଉଛି ବିମାନ। ୨୦୧୯ ଜାନୁଆରୀର ପ୍ରଥମ ସପ୍ତାହରୁ ଉଡାଣ ଯୋଜନାରେ ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ବିମାନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସେକ୍ରେଟାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍କର୍ସ ସାମ୍ନାକୁ ଆସିଛି । ଝାରସୁଗୁଡାରେ ବିମାନ ବନ୍ଦର ରହିଛି ସତ କିନ୍ତୁ ଉଦଘାଟନ ପରେ ବିମାନବନ୍ଦରରେ କେବଳ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିଥିଲା ।

publive-image

ସେପ୍ଟେମ୍ବର ୨୨ଦିନ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ମୋଦି ଆଣିଥିଲେ ବଡ ଉପହାର । ଉଡାଣ ଯୋଜନାରେ ବିମାନ ଚଳାଚଳ ପାଇଁ ମୋଦି ଉଦଘାଟିତ କରିଥିଲେ ୨୧୦ କୋଟି ଟଙ୍କାରେ ନିର୍ମିତ ଝାରସୁଗୁଡା ବିମାନ ବନ୍ଦର । ଉଦଘାଟନ ଦିନ ଅନେକ ସ୍ୱପ୍ନ ଦେଖାଇଥିଲେ ପ୍ରଧାନମନ୍ତ୍ରୀ। ଉଦଘାଟନ ଦିନ ନୂଆ ଏୟାରପୋର୍ଟରୁ ବିମାନ ଉଡିଥିଲା । ହାବାଇ ଚପଲ୍ ପିନ୍ଧୁଥିବା ଲୋକ ହାବାଇ ଜାହାଜରେ ଉଡିବାର ସ୍ୱପ୍ନ ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ଏପରିକି ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ପଶ୍ଚିମ ଓଡିଶାବାସୀ ଭାବିଥିଲେ । କିନ୍ତୁ ଏହାର ଦିନକ ପରେ ଯାତ୍ରୀମାନଙ୍କର ସ୍ୱପ୍ନ ଧୂଳିସାତ୍ ହୋଇଥିଲା ।

publive-image

ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏଠାରୁ କୌଣସି ବିମାନ ଉଡାଣ କରୁ ନାହିଁ । ଯେଉଁଥିପାଇଁ ମୋଦିଙ୍କ ଉଡାଣ ଯୋଜନାକୁ ନେଇ ଅର୍ନ୍ତଜାତୀୟ ଗଣମାଧ୍ୟମରେ ମଧ୍ୟ ଟ୍ରୋଲ ହେବାକୁ ପଡିଥିଲା । ଏପରିକି ଝାରସୁଗୁଡାକୁ ଯଥାସମ୍ଭବ ବିମାନ ଚଳାଚଳ କରିବାକୁ ସ୍ଥାନୀୟ ବିଧାୟକ ମଧ୍ୟ ଅନଶନରେ ବସିଥିଲେ । ତେବେ ବିମାନ ଉଡାଣ ନ କରିବା ପଛର ମୁଖ୍ୟ କାରଣ ଥିଲା ଏୟାର ଓଡିଶା ସଂସ୍ଥା । କାରଣ ଏହି ସଂସ୍ଥାକୁ ହିଁ ବିମାନ ଚଳାଚଳ କରିବାକୁ ଦାୟିତ୍ୱ ମିଳିଥିଲା । କିନ୍ତୁ ଉଦଘାଟନ ପର ଦିନ ଠାରୁ ହିଁ ନିଦାବିଷ୍ଣୁ ପାଲଟି ଯାଇଥିଲା ଏୟାର ଓଡିଶା ସଂସ୍ଥା । ଟିକେଟ କାଟି ମଧ୍ୟ ଯାତ୍ରୀ ମାନେ ବିମାନରେ ଯାତ୍ରା କରିପାରିନଥିଲେ । ତେବେ ପୂରା ଘଟଣାକୁ ନେଇ ଯେତେବେଳେ ଏୟାର ଓଡିଶା କର୍ତୃପକ୍ଷଙ୍କୁ ପ୍ରଶ୍ନ କରାଯାଉଛି ସେତେବେଳେ କେହି ଧରାଛୁଆଁ ଦେଇନଥିଲେ ।

publive-image

ତେବେ ଏହି ଘଟଣାରେ ଏୟାର ଓଡିଶାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଆଉ ପରବର୍ତ୍ତୀ ସମୟରେ ଏୟାର ଓଡିଶାର ଉଡାଣ ଅନୁମତି ବାତିଲ ମଧ୍ୟ କରିଥିଲେ । ଯାହାକୁ ନେଇ ଝାରସୁଗୁଡା ବିମାନବନ୍ଦରର ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଥିଲା । ପୁଣି କେବେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଉଡିବ ତାହାକୁ ନେଇ ଆଶଙ୍କାରେ ଥିଲେ ଯାତ୍ରୀ । ଆଉ ଏଭଳି ସମୟରେ ନବୀନଙ୍କ ସହ ବେସମାରିକ ବିମାନ ଚଳାଚଳ ସେକ୍ରେଟାରୀଙ୍କ ଆଲୋଚନା ପରେ ଝାରସୁଗୁଡାରୁ ନୂଆବର୍ଷରୁ ପୁଣିଥରେ ନୂଆ ବିମାନ ଉଡିବା ନେଇ ଗ୍ରୀନ୍ ସିଗନାଲ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe