ମେ’ରୁ ଉତ୍କେଲାରୁ ଉଡ଼ିବ ବିମାନ

Advertisment

ଇଣ୍ଡିଆ ୱାନ ପକ୍ଷରୁ ୯ ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିବ, ପ୍ରଥମେ ରାୟପୁର ଓ ପରେ ଭୁବନେଶ୍ୱରକୁ ଯିବ

ଇଣ୍ଡିଆ ୱାନ ପକ୍ଷରୁ ୯ ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିବ, ପ୍ରଥମେ ରାୟପୁର ଓ ପରେ ଭୁବନେଶ୍ୱରକୁ ଯିବ

ମେ’ରୁ ଉତ୍କେଲାରୁ ଉଡ଼ିବ ବିମାନ

Kalinga TV

ଭବାନୀପାଟଣା : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆସନ୍ତା ମେ ମାସରେ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଆ ୱାନ ଏୟାରର ବିମାନ ଉତ୍କେଲାରୁ ରାୟପୁର ପର୍ଯ୍ୟନ୍ତ ଉଡ଼ାଣ ଭରିବ। ଏହି ବିମାନ ପ୍ରଥମେ ଭୁବନେଶ୍ୱର ପର୍ଯ୍ୟନ୍ତ ଓ ପରେ ସଂପ୍ରସାରିତ ହେବ।

ଉତ୍କେଲା ଏୟାରଷ୍ଟ୍ରିପରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ  ୧୮ କୋଟି ୬୦ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚରେ ବିମାନ ବନ୍ଦରର ଭିତ୍ତିଭୂମି ହୋଇ ସାରିଛି। ଏଥି ନିମନ୍ତେ ୪୨ କୋଟି ୮୭ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଡିଜିସିଏସ ପକ୍ଷରୁ ୫ ଜଣିଆ ଟିମ ଉତ୍କେଲା ଏୟାରଷ୍ଟ୍ରିପର ତଦାରଖ କରି ଫେରିଛନ୍ତି। ୨-ବି ଲାଇସେନ୍ସ ପ୍ରଦାନ ନିମନ୍ତେ କିଛି ତ୍ରୁଟି ଥିବା ଦର୍ଶାଯାଇଛି। ଏହାର ସୁଧାର ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ସଂଶୋଧନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଟର୍ମିନାଲ ବିଲଡିଂ, ଷ୍ଟାଫ୍ କ୍ବାର୍ଟର, ଅଗ୍ନିଶମ ବାରାକ ଓ ରନ୍‌ୱେ ସଂପ୍ରସାରଣ ନିର୍ମାଣ କାମ ଶେଷ ହୋଇଛି। ବର୍ତ୍ତମାନ ୯ଟି ଆସନ ବିଶିଷ୍ଟ ବିମାନ ଚଳାଚଳ କରିବାକୁ ଥିବା ବେଳେ ପରେ ୭୮ ଯାତ୍ରୀଙ୍କୁ ନେଇ ଉଡ଼ାଣ ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe