ଭାସମାନ ଅବସ୍ଥାରେ ଯୋଗାସନ କରିଲେ ଓଡ୍ରାଫ ଯବାନ

ଭାସମାନ ଅବସ୍ଥାରେ ଯୋଗାସନ କରିଲେ ଓଡ୍ରାଫ ଯବାନ

ଭୁବନେଶ୍ବର: ବିଶ୍ବ ଆଜି ଯୋଗ ଲାଗି ଉତ୍ସବମୁଖର। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ କରାଯାଉଛି। ହେଲେ ଭାସମାନ ଅବସ୍ଥାରେ ଯୋଗାସନ କରି ଏକ ନିଆରା ଅଭ୍ୟାସର ପ୍ରଦର୍ଶନ କରିଛନ୍ତି ଓଡ୍ରାଫ ଯବାନ। ଭୁବନେଶ୍ବର ସପ୍ତମ ବାଟାଲିୟନରେ ଚାଲିଛି ଏଭଳି ନିଆରା ଯୋଗାସନ।ପ୍ରାକୃତିକ ଦୁର୍ବିପାକରେ ମଣିଷଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଓଡ୍ରାଫ ଯବାନମାନେ ଏବେ ଭାସମାନ ଅବସ୍ଥାରେ ଯୋଗାସନ କରିଛନ୍ତି। ସେମାନେ ପାଣି ଭିତରେ ଜୟହିନ୍ଦର ଡାକରା ଦେଇଛନ୍ତି। ଅଶୋକ ବରାଳ ଏହି ଜଳ ଯୋଗର ପ୍ରଶିକ୍ଷଣ ଦେଇଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋଣାର୍କରେ ଅନୁଷ୍ଠିତ ଯୋଗ ଦିବସରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି। ଠିକ୍ ସେହିପରି ପୁରୀଠାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଣେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ଖିଚିଂଠରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗାଭ୍ୟାସରେ ସାମିଲ ହୋଇଛନ୍ତି।
କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ, ବରଂ ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe