ବାଲେଶ୍ବରର ବସ୍ତାରେ ବନ୍ୟା, ଶତାଧିକ ଗାଁ ଜଳବନ୍ଦୀ

Advertisment
ବାଲେଶ୍ବରର ବସ୍ତାରେ ବନ୍ୟା, ଶତାଧିକ ଗାଁ ଜଳବନ୍ଦୀ

ରୁପସା/ବସ୍ତା-୨/ଗାନ୍ଧିଛକ/ବାହାର୍ଦ୍ଦା : ବାଲେଶ୍ବରର ବସ୍ତାରେ ସପ୍ତାହକ ଭିତରେ ଦୁଇ ଦୁଇଟି ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ପ୍ରଥମ ବନ୍ୟାର ପାଣି ନ ଛାଡୁଣୁ ଦ୍ବିତୀୟ ବନ୍ୟାରେ ୧୨ରୁ ଊର୍ଦ୍ଧ୍ବ ପଞ୍ଚାୟତର ଶହେରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି। ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର ଟିମ୍‌ ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିଥିବାବେଳେ ପ୍ରଶାସନଠାରୁ ଆରମ୍ଭ କରି ରାଜ‌ନେତାଙ୍କ ଯାଏଁ ସମ‌ସ୍ତେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆକସ୍ମିକ ଭା‌ବେ ବସ୍ତା ଅଞ୍ଚଳକୁ ବନ୍ୟାପାଣି ପ୍ରବେଶ କରିଥିଲା। ଉପର ମୁଣ୍ଡରେ ୧୨୦ ମିମି ବର୍ଷା ହେବା ପରେ ହଠାତ୍ ଗତକାଲି ରାତି ଗୋଟାଏରୁ ଧୀରେ ଧୀରେ ବନ୍ୟା ପାଣି ବୃଦ୍ଧି ପାଇ ଗାଁ ଗଣ୍ଡାରେ ପଶିଥିଲା। ଭୋର୍‌ରେ ହଠାତ ବନ୍ୟାପାଣି ମାଡ଼ିଯିବାରୁ ଲୋକଙ୍କୁ ଫୁରସତ ମିଳି ନ ଥିଲା। ଲୋକେ ବନ୍ୟା ପାଣିରେ ଫସି ଯାଇଥିଲେ। ପାଣିର ସୁଅ ପ୍ରଖର ଥିବାରୁ ଲୋକେ ବାହାରକୁ ଆସିବାକୁ ସାହସ କରି ପାରିନଥିଲେ। ତେବେ ଏଭଳି ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ବସ୍ତା ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର କର୍ମଚାରୀ। ସେହିପରି ଏହି ଟିମ୍ ବିଭିନ୍ନ ପଞ୍ଚାୟତରେ ପାଣି ଭିତରେ ଫସି ରହିଥିବା ୨ଶହରୁ ଅଧିକ ଲୋକଙ୍କ ଉଦ୍ଧାର କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe