ବ୍ରାହ୍ମଣୀରେ ବନ୍ୟା: ୧୪ ପଞ୍ଚାୟତ, ୫୦ ହଜାର ଲୋକ ଜଳବନ୍ଦି

Advertisment

ବ୍ରାହ୍ମଣୀ ନଦୀର ଜଳସ୍ତର ଗତକାଲି ରାତିରେ ବଢ଼ି ବିପଦ ସଂକେତ ଟପି ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଅଳଭାରେ ବର୍ତ୍ତମାନ ବିପଦ ସଂକେତରୁ ୧.୭୧ ଫୁଟ ଉପରେ ପାଣି ପ୍ରବାହିତ ହେଉଛି।

ବ୍ରାହ୍ମଣୀ ନଦୀର ଜଳସ୍ତର ଗତକାଲି ରାତିରେ ବଢ଼ି ବିପଦ ସଂକେତ ଟପି ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଅଳଭାରେ ବର୍ତ୍ତମାନ ବିପଦ ସଂକେତରୁ ୧.୭୧ ଫୁଟ ଉପରେ ପାଣି ପ୍ରବାହିତ ହେଉଛି।

sfhfsshxbbv

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀର ଜଳସ୍ତର ଗତକାଲି ରାତିରେ ବଢ଼ି ବିପଦ ସଂକେତ ଟପି ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଅଳଭାରେ ବର୍ତ୍ତମାନ ବିପଦ ସଂକେତରୁ ୧.୭୧ ଫୁଟ ଉପରେ ପାଣି ପ୍ରବାହିତ ହେଉଛି। ଏଠାରେ ବ୍ରାହ୍ମଣୀର ବିପଦ ସଂକେତ ୧୬ଫୁଟ ଥିଲା ବେଳେ ଜଳସ୍ତର ୧୭.୭୧ଫୁଟରେ ପହଞ୍ଚିଛି। ଫଳରେ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଧୋୟାଞ୍ଚଳର ୧୪ ପଞ୍ଚାୟତ ତଥା ୫୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ ୱାର୍ଡରେ ଥିବା ୨୩ ହଜାର ଲୋକ ମଧ୍ୟ ପାଣି ଘେରରେ ରହିଛନ୍ତି। ସେହିପରି ପତ୍ରପୁର ପୋଲ ନିକଟ ଏକ ଶ୍ରମିକ କଲୋନିରେ ପାଣି ପଶି ଯାଇଛି। ଏବେ ବ୍ରାହ୍ମଣୀ ଜଳସ୍ତର ବଢ଼ି ଚାଲିଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥା‌ରେ ରହିଛନ୍ତି। ବନ୍ୟାଜଳ ସାଙ୍ଗକୁ କୁମ୍ଭୀର ଭୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ପଟ୍ଟାମୁଣ୍ତାଇ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶଚନ୍ଦ୍ର ସେଠୀ, ସହନିର୍ବାହୀ ଅଧିକାରୀ ଆଶିଷ କୁମାର ସ୍ବାଇଁ,  ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ ପ୍ରମୁଖ ଉତିକଣ ଓ ଡାମରପୁର ଘେରିବନ୍ଧ ପରିଦର୍ଶନ କରିବା ସହ ବାଲିବସ୍ତା ମହଜୁଦ ରଖିଛନ୍ତି। 

ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଉପାନ୍ତ ଅଞ୍ଚଳ ସିଂହଗାଁ ପଞ୍ଚାୟତ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଦୁଇ ନଦୀ କାଣୀ ଓ ବ୍ରାହ୍ମଣୀ ବନ୍ୟାରେ ଏହି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ବୁଡ଼ି ଯାଇଥିବାରୁ ସିଂହଗାଁ ଓ ରାଉଳିଆଡ଼ିଆ ଗ୍ରାମ ବିଚ୍ଛିନ୍ନ ହୋଇ ରହିଛି। କୃଷ୍ଣଦାସପୁର ଓ ପାଣିସାଉଳିଆ ମଧ୍ୟ ପାଣିଘେରରେ ରହିଛି। ଧୋୟାଞ୍ଚଳକୁ ସଂଯୋଗ କରୁଥିବା ଜଗନ୍ନାଥପୁର-ଦାମୋଦରପାଟଣା ପୂର୍ତ୍ତ ରାସ୍ତାର ପେଣ୍ଠପାଳ ଜଗନ୍ନାଥ ମନ୍ଦିର ନିକଟରେ ରାସ୍ତା ଉପରେ ପାଣି ଚାଲୁଛି। ୪ ପଞ୍ଚାୟତକୁ ସଡ଼କପଥରେ ଯାଇ ହେଉନାହିଁ। ପେଣ୍ଠପାଳ ପଞ୍ଚାୟତର ପେଣ୍ଠପାଳ-କୋଳଥିଆ ରାସ୍ତା, ଦାଣ୍ଡିସାହି ରାସ୍ତା ବି ବୁଡ଼ିଯାଇଛି। ପେଣ୍ଠପାଳ ପଞ୍ଚାୟତର କୋଳଥିଆ, ଦାଣ୍ଡିସାହି, ବାଲିକିରା, ପେଣ୍ଠପାଳ, କୂଳସାହି, ନାହିଆଡ଼ିଆ, ଅଳପୁଆ ପଞ୍ଚାୟତର ମିଶ୍ରବାଗ, ଶାସନ, ଗୋଜିଆକଣ, ବିଲମଳିକସାହି, ସେଠୀ ସମେତ ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଆଦି ପଞ୍ଚାୟତ ପାଣିଘେରରେ ଥିଲା ବେଳେ ତରଡ଼ିପାଳ ପଞ୍ଚାୟତର ପୋଖରୀକୂଳ, ଜେନାସାହି, ବିଶ୍ବାଳସାହି, ଅଣ୍ଡରା, ଅମୃତମେଣାହୀ, ବଲୁରିଆ ଆଦି ଜଳବନ୍ଦି ଅବସ୍ଥାରେ ରହିଛି। ଡାମରପୁର ମାଳିପୁର ରାସ୍ତା ବୁଡ଼ିଯିବାରୁ ଡାମରପୁର, ଶ୍ରୀରାମପୁର ଓ ବଳଭଦ୍ରପୁର ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନ୍ୟପଟେ, ପୌରାଞ୍ଚଳର ତନୁପୁର, ବଙ୍ଗାଳୀଦିଆ, ନନ୍ଦିନୀନଗର, କଷଣଅଣ୍ଟା, ବାଲିପଡ଼ା, ଷଣ୍ଢପଲ୍ଲୀ, କାକୁଡ଼ିପଲ୍ଲୀ, ନୂଆଗାଁ ଆଦି ଗ୍ରାମର ଲୋକମାନେ ଜଳବନ୍ଦି ହୋଇ ରହିଛନ୍ତି।  
ଜଳବନ୍ଦି ଗ୍ରାମଗୁଡ଼ିକୁ ଡଙ୍ଗା ସହ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe