Advertisment

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା:୧୦ ପଞ୍ଚାୟତରେ ଆସନ୍ନ ବନ୍ୟା ପରିସ୍ଥିତି

Advertisment
ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା:୧୦ ପଞ୍ଚାୟତରେ ଆସନ୍ନ ବନ୍ୟା ପରିସ୍ଥିତି

ଜଳେଶ୍ଵର: ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ପରିସ୍ଥିତି। ଆଜି ସକାଳ ୮ ଟା ସୁଦ୍ଧା ବସ୍ତା ବ୍ଲକର ମଥାନି ଠାରେ ନଦୀର ଜଳପତ୍ତନ ୬.୩୦ ମିଟର ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି। ଗତ ୩ ଦିନ ଧରି ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି। ଉପରମୁଣ୍ଡ କୁହାଯାଉଥିବା ରାସଗୋବିନ୍ଦପୁର ବ୍ଲକ ଇଲାକାରେ ୧୨୮ ଏମଏମ ମୋରଡ଼ା ବ୍ଲକରେ ୫୩ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏସବୁ ବର୍ଷା ପାଣି ନଦୀକୁ ନିଷ୍କାସିତ ହେଉଥିବାରୁ ଗତକାଲି ରାତିରୁ ନଦୀର ଜଳ ପତ୍ତନ ବଢ଼ିବାକୁ ଲାଡିଥିଲା।ଏବେ ପ୍ରତି ଘଣ୍ଟା କୁ ଗୋଟିଏ ଫୁଟ ଉଚ୍ଚତାରେ ନଦୀର ଜଳପତ୍ତନ ବୃଦ୍ଧି ପାଉଛି ବୋଲି ବାଲେଶ୍ବର ସ୍ଥିତ ବନ୍ୟା ପୂର୍ବାନୁମାନ କେନ୍ଦ୍ର ତରଫରୁ କୁହାଯାଇଛି।

ବନ୍ୟା ପରିସ୍ଥିତି ଯୋଗୁଁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏବେ ଚାଷ କାମ ଚାଲିଥିବା ବେଳେ ଏପରି ବନ୍ୟା ପରିସ୍ଥିତି ଚାଷୀଙ୍କ ନିଦ ହଜାଇ ଦେଇଛି।ବିଶେଷ କରି ବସ୍ତା ବ୍ଲକର ବାହାର୍ଦ୍ଦା,ମଥାନି,କୁଡ଼ିଆ,ବାସି ଚକୁରାଇ,ଦୁଧହଂସା,ଦରଡା,ବରୁଣ ଗଡିଆ,ବ୍ରାହ୍ମଣଦା,ସଦାନନ୍ଦପୁର ଓ ବାଲେଶ୍ଵର ସଦର ବ୍ଲକ ର ଶ୍ରୀରାମପୁର,ରସୁଲପୁର ପଞ୍ଚାୟତରେ ଆସନ୍ନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe