ଜଳକାରେ ବନ୍ୟା,୫ ପଞ୍ଚାୟତରେ ପଶିଲା ପାଣି

Advertisment
ଜଳକାରେ ବନ୍ୟା,୫ ପଞ୍ଚାୟତରେ ପଶିଲା ପାଣି

ବସ୍ତା-୨/ରୁପ୍‌ସା/ଗାନ୍ଧିଛକ: ଲଘୁଚାପ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡ଼ା, ତିତ୍ରଡ଼ା, ରାସଗୋବିନ୍ଦପୁର ଆଦି ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ବାଲେଶ୍ବର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ମିଶି ପ୍ରଥମ ବନ୍ୟା ଆସିଛି। ମଥାନୀଠାରେ ବିପଦସଂକେତ ୫.୫୦ ମିଟର ଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ନଦୀର ଜଳସ୍ତର ବିପଦସଂକେତ ଅତିକ୍ରମ କରି ୬.୨୯ ମିଟରରେ ପ୍ରବାହିତ ହୋଇଥିଲା।

ଫଳରେ ବସ୍ତା ବ୍ଲକ୍‌ର ବାହାର୍ଦା, ମଥାନୀ, ଦୁଧହଂସା, ବାସିଚକୁରାଇ ଏବଂ ସଦର‌ ବ୍ଲକ୍‌ର ରସଲପୁର ପଞ୍ଚାୟତରେ ବନ୍ୟାପାଣି ପଶିଛି। ଶହ ଶହ ହେକ୍ଟର ଚାଷଜମିରେ ବନ୍ୟାପାଣି ଲହଡ଼ି ଭାଙ୍ଗୁଛି। ରୁଆ ହୋଇଥିବା ଧାନବିଲ ତଥା ପଡ଼ିଥିବା ତଳି ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଆସନ୍ତାକାଲି ସୁଦ୍ଧା ବନ୍ୟାଜଳ ନକମିଲେ ସ୍ଥିତି ଗମ୍ଭୀର ହୋଇଯିବ ବୋଲି କୁହାଯାଉଛି। ଅନ୍ୟପଟେ ଜଳକାର ୩୮ କିଲୋମିଟର ନଦୀବନ୍ଧ ମଧ୍ୟରୁ ଏକାଧିକ ସ୍ଥାନରେ ବନ୍ଧ ଦୁର୍ବଳ ଥିବାରୁ ଭାଙ୍ଗିବା ଭୟରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe