ଉପର ମୁଣ୍ଡରେ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା, ୧୨ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ

Advertisment
ଉପର ମୁଣ୍ଡରେ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା, ୧୨ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ

ବାଲେଶ୍ବର: ବାଲେଶ୍ବରର ଜଳକା ନଦୀରେ ବନ୍ୟା। ଉପର ମୁଣ୍ଡରେ ଲାଗି ରହିଥିବା ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଆସିବାରୁ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଜଳ ପ୍ରବେଶ ବଢ଼ୁଥିବାରୁ ଏବେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

ମିଳିଥିବା ସୂଚନା ମୁତାବକ, ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏବେ ମଥାନିଠାରେ ନଦୀର ଜଳସ୍ତର ୭.୧୮ ମିଟର ରହିଛି। ଲଘୁଚାପ ହେତୁ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀରେ ଜଳସ୍ତର ଆହୁରି ବଢିବାର ଆଶଙ୍କା ରହିଛି। ଏବେ ବସ୍ତା ବ୍ଲକର ୧୨ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଥିବା ବେଳେ ହଜାର ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଛି।

publive-image Twitter

ସେହିଭଳି ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢ଼ିବା ପରେ ରାଜନଗରର ୫ଟି ପଞ୍ଜାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବନ୍ୟା ପାଣି ପଶିବା ପରେ ଗତ ୫ଦିନ ହେଲାଣି ୫ହଜାର ଲୋକ ‌ଜଳବନ୍ଦୀ ହୋଇ ରହିଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକେ ହୁଲି ଡଙ୍ଗା ଉପରେ ଭରସା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe