ମହାନଦୀ ବଢ଼ୁଛି, ମଧ୍ୟମ ଧରଣର ବନ୍ୟା ହୋଇପାରେ: ଏସ୍‌ଆର୍‌ସି

Advertisment
ମହାନଦୀର ଜଳ ପରିଚାଳନା ପ୍ରସଙ୍ଗ: ମହାନଦୀ ବଞ୍ଚାଅ ଆନ୍ଦୋଳନର ଦାବି, ‘ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରାଯାଉ’

India TV News

କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ବିପଦ
ପୁରୀ, ଖୋର୍ଧା, ନୟାଗଡ଼କୁ ବି ସତର୍କ କରାଗଲା

ଭୁବନେଶ୍ୱର : ଲଘୁଚାପ ଜନିତ ଭୀଷଣ ବର୍ଷା ପ୍ରଭାବରେ ମହାନଦୀ ଏବେ ଫୁଲିବା ଆରମ୍ଭ କରିଛି। ବେଶୀ ବଡ଼ ବନ୍ୟା ନ ହେଲେ ବି ମୁଣ୍ଡୁଳି ଠାରେ ସେକେଣ୍ଡ ପ୍ରତି ୮ଲକ୍ଷ କ୍ୟୁସେକ୍ ବା ତା ଠାରୁ ସାମାନ୍ୟ ଅଧିକ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ୍ ମହାନଦୀରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନଜରରେ ରଖି ଆଜି ଏସ୍‌ଆର୍‌ସି ପୁରୀ, କଟକ, ନୟାଗଡ,ଖୋର୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଭଳି ୬ଟି ଜିଲ୍ଲା ପ୍ରଶାସନକୁ ଆଲର୍ଟ ଜାରି କରିଛନ୍ତି। ବର୍ଷା ଜନିତ କାରଣରୁ ଏବେ ବିଭିନ୍ନ ଜିଲ୍ଲାର ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏତିକି ପାଣି ବି କିଛି ପରିମାଣର କ୍ଷତି ପହଞ୍ଚାଇପାରେ ବୋଲି ହିସାବ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ମହାନଦୀ ତଳମୁଣ୍ଡରେ ଅର୍ଥାତ୍ ଆଠମଲ୍ଲିକ, ବରମୂଳ, ବୁର୍ଲା, ହୀରାକୁଦ, କଣ୍ଟାମାଳ, କେସିଙ୍ଗା, ଖଇରମାଳ, ଟିକରପଡା, ବୌଦ୍ଧ ଆଦି ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। କେବଳ ସେତିକି ନୁହେଁ, ଦେବଗଡ, କୁଚିଣ୍ଡା, ସୁନ୍ଦରଗଡ ଓ ଝାରସୁୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପରିଣାମରେ ଉଭୟ ଇବ୍‌ ଓ ଭେଡେନ୍‌ ଫୁଲିଛି। ଅପରପକ୍ଷରେ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ମଧ୍ୟ ବର୍ଷା ହୋଇଛି। ଏଣୁ ହୀରାକୁଦକୁ ଜଳପ୍ରବାହ ବଢ଼ିଛି।

ରାତି ୯ଟା ସମୟର ରିପୋର୍ଟ କହୁଛି, ହୀରାକୁଦକୁ ସେେକଣ୍ଡ ପ୍ରତି ୫ଲକ୍ଷ ୬୫ ହଜାର ୩୯୩ ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟରେ ୧୮ଟି ଗେଟ୍‌ ଦେଇ ପାଖାପାଖି ୨ଲକ୍ଷ ୮୯ ହଜାର ୨୩୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳସ୍ତର ୬୨୨.୫୮ ଫୁଟ ଛୁଇଁସାରିଥିବା ପରିପ୍ରେକ୍ଷୀରେ ଆଉ ଅଲ୍ପ କିଛି ଗେଟ୍ ଖୋଲିପାରେ।

ଉଭୟ ଉପର ଓ ତଳମୁଣ୍ଡରୁ ପାଣି ଆସୁଥିବା କାରଣରୁ ଏହି ସମୟ ବେଳକୁ ଖଇରମାଳରେ ୫ଲକ୍ଷ ୬୨ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡୁଳିରେ ଏହାର ୭ଲକ୍ଷ ୯୧ ହଜାର ୧୮୫କ୍ୟୁସେକ୍ ରହିଛି। ନରାଜ ଠାରେ ମହାନଦୀର ବିପଦ ସଙ୍କେତ ୨୬.୪୧ ମିଟର ଥିବା ବେଳେ ସେଠାରେ ଜଳସ୍ତର ତା ପାଖାପାଖି ଅର୍ଥାତ୍ ୨୬.୩୦ମିଟର ପହଞ୍ଚି ସାରିଲାଣି ଓ ବଢିବାରେ ଲାଗିଛି।

ଏସ୍‌ଆର୍‌ସି କହିଛନ୍ତି, ପାଖାପାଖି ୩ରୁ ୪ ଦିନ ପର୍ଯ୍ୟନ୍ତ ମୁଣ୍ଡୁଳି ଦେଇ ସେକେଣ୍ଡ ପ୍ରତି ୮ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ଦୟା ନଦୀ ବି ଫୁଲିବ। ଏଣୁ କେନ୍ଦ୍ରାପଡ଼ା, ଜଗତସିଂହପୁର ତ୍ରିକୋଣଭୂମି ସମେତ କଟକ, ନୟାଗଡ, ଖୋର୍ଧା ଓ ପୁରୀ ଜିଲ୍ଲାପାଳଙ୍କୁ ବନ୍ୟା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦେଶ ଦିଆଯାଇଛି। ସେମାନେ ମଧ୍ୟ ନଦୀବନ୍ଧ ପାଟ୍ରୋଲିଂ କରିବେ ଓ ଆବଶ୍ୟକସ୍ଥଳେ ତଲିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳକୁ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe