ଉତ୍ତର ଓଡ଼ିଶାରେ ବନ୍ୟା : ବାଲେଶ୍ୱରର ୯ ପଞ୍ଚାୟତ ପାଣି ଘେରରେ

Advertisment
ଉତ୍ତର ଓଡ଼ିଶାରେ ବନ୍ୟା : ବାଲେଶ୍ୱରର ୯ ପଞ୍ଚାୟତ ପାଣି ଘେରରେ

ରୁପ୍‌ସା : ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ଜଳକା ନଦୀରେ ଏ ବର୍ଷର ପ୍ରଥମ ବନ୍ୟା ଆସିଛି। ଫଳରେ ବସ୍ତା ଓ ସଦର ବ୍ଲକ୍‌ ଅଧୀନ ୯ଟି ପଞ୍ଚାୟତ ପାଣି ଘେରରେ ଥିବା ବେଳେ ଏକର ଏକର ଚାଷଜମି ବନ୍ୟାପାଣିରେ ବୁଡ଼ି ରହିଛି।

ଗତ ଦୁଇଦିନ ଧରି ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷର୍ା ଯୋଗୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ନଦୀର ବିପଦ ସଂକେତ ୫.୫ ମିଟର ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ଏହା ଅତିକ୍ରମ କରି ୫.୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଲକ୍‌ ଅଧୀନ ୮ଟି ଏବଂ ସଦର ବ୍ଲକ୍‌ ଅଧୀନ ଗୋଟିଏ ପଞ୍ଚାୟତରେ ବନ୍ୟ ପାଣି ପ୍ରବେଶ କରିଛି। ବସ୍ତା ବ୍ଲକ୍‌ର ବାହାର୍ଦା, ମଥାନୀ, ସଦାନନ୍ଦପୁର, ମୁକୁଳିିସି, ଦରଡ଼ା, ସାହାଡ଼ା, ରାଉତପଡ଼ା, ଗଡ଼ପଦା, କୁଡ଼ିଆ ଏବଂ ସଦର ବ୍ଲକ୍‌ର କସିପଦା ପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏହା ସହିତ ସଂପୃକ୍ତ ପଞ୍ଚାୟତଗୁଡ଼ିକର ଏକର ଏକର ଚାଷଜମି ମଧ୍ୟ ବନ୍ୟାପାଣିରେ ବୁଡ଼ିଯାଇଛି। ଏପରି ସମୟରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସମସ୍ତ ପଞ୍ଚାୟତରେ ରିଲିଫ୍‌ ମହଜୁଦ ଥିବାବେଳେ ଲୋକମାନଙ୍କୁ ସଜାଗ ରହିବାକୁ ସଚେତନ କରାଯାଉଥିବା ବିଡିଓ କୁମୁମିନା ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe