ଫୁଲବାଣୀ : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗତ ଦୁଇଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ପିଲାସାଲୁଙ୍କି ନଦୀରେ ବନ୍ୟାଜଳ ଆସି ଫୁଲବାଣୀ ସହରର ନଦୀଖଣ୍ଡିସାହି ପୋଲ ଉପରେ ୪ ଫୁଟ ଉପରେ ପାଣି ପ୍ରବାହିତ ହେଉଛି। ଫୁଲବାଣୀ ସହରର ଅପରପାର୍ଶ୍ବରେ ଥିବା ଡାକପାଲା, ଦାମିଙ୍ଗା, ନୂଆରିପଦର ଓ ଆଲାମି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିଭଳି ତୁଡ଼ିପାଜୁ ପଞ୍ଚାୟତ ଅନ୍ତର୍ଗତ ଡକାଙ୍ଗି କାଠପୋଲ ମଧ୍ୟ ବନ୍ୟାଜଳରେ ଭାସି ଯାଇଥିବା ଜଣାପଡ଼ିଛି। ସହରର ଅନେକ ଅଞ୍ଚଳ ବୁଡ଼ିଯିବା ସହିତ କଚ୍ଚାଘର ଭୁଶୁଡ଼ି ପଡ଼ିଛି।
ସାଲୁଙ୍କିରେ ବନ୍ୟା, ଭାସିଗଲା ଡକାଙ୍ଗି କାଠପୋଲ
Advertisment
Follow Us