ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୩୬ଟି ଗେଟ୍; ସମ୍ବଲପୁରରେ ପଶିଲା ପାଣି

Advertisment
ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୩୬ଟି ଗେଟ୍; ସମ୍ବଲପୁରରେ ପଶିଲା ପାଣି

ଭୁବନେଶ୍ୱର : ମହାନଦୀରେ ଆସୁଛି ବଡ଼ ବନ୍ୟା । ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା ରହିଛି। ବନ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଜରୁରୀ ସୂଚନା ଦେଇଛନ୍ତି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଛତିଶଗଡ଼ରେ ପ୍ରବଳ ବର୍ଷ ଯୋଗୁଁ ହୀରାକୁଦକୁ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ହୋଇଛି । ଏବେ ହୀରାକୁଦର ଜଳସ୍ତର ୬୨୫.୩୫ ଫୁଟ ରହିଛି । ସକାଳେ ଡ୍ୟାମର ୨୮ଟି ଗେଟ ଖୋଲାଯାଇଥିବାବେଳେ ଏବେ ଆଉ ୮ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ସୁଦ୍ଧା ୩୬ଟି ଗେଟ୍ ଖୋଲା ଯାଇ ସାରିଥିବା ବେଳେ ୬ଲକ୍ଷ କ୍ୟୁ‌ସେକ୍ ଜଳ ଛଡ଼ାଯିବ ବୋଲି ରିଲିଫ କମିଶନର ସୂଚନା ଦେଇଛନ୍ତି। ତେବେ ଜଳସ୍ତର ବଢ଼ୁଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରି ସାରିଥିବା ଜଣା ପଡ଼ିଛି।

publive-image Biznext India

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମହାନଦୀ ସିଷ୍ଟମ ୧୬ଲକ୍ଷ କ୍ୟୁସେକ ଯାଏଁ ଜଳ ପ୍ରବାହ ସମ୍ଭାଳିଛି। ଏବେ ବର୍ଷା କମୁଥିବା ସହ ଜଳ ପ୍ରବାହ ୧୦ରୁ ସାଢ଼େ୧୦ ଲକ୍ଷ ମଧ୍ୟରେ ରହିବ। ଯାହା ପାଇଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଜଳ ସ୍ତର ବଢ଼ୁଥିବା ଦେଖି ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଏହା ସହ ବନ୍ୟା ଆଶଙ୍କା ଥିବା ଅଞ୍ଚଳକୁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ପଠାଯାଇଛି। କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe