ଭଦ୍ରକରେ ବନ୍ୟା ପରିସ୍ଥିତି: ବିପଦ ସଙ୍କେତ ଉପରେ ବୈତରଣୀ, ପ୍ରଭାବିତ ହେବ ୪ ବ୍ଲକର ୮୦ ଗାଁ

Advertisment
ଭଦ୍ରକରେ ବନ୍ୟା ପରିସ୍ଥିତି: ବିପଦ ସଙ୍କେତ ଉପରେ ବୈତରଣୀ, ପ୍ରଭାବିତ ହେବ ୪ ବ୍ଲକର ୮୦ ଗାଁ

ଭଦ୍ରକ : ବାତ୍ୟା ସରୁ ସରୁ ମାଡି ଆସିଲାଣି ବନ୍ୟା। ବାତ୍ୟା ୟାସରେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ଗତକାଲି ରାତିଠାରୁ ବୈତରଣୀର ଜଳସ୍ତର ବୃଦ୍ଧି ପାଇଛି। ସେହିପରି ଭଦ୍ରକ ସହର ଦେଇ ଯାଇଥିବା ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ କିଛି ମାତ୍ରାରେ ବୃଦ୍ଧି ପାଇଛି। ଗୁରୁବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ବୈତରଣୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀର ଆଖୁଆପଦା ଠାରେ ବିପଦ ସଙ୍କେତ ୧୭. ୮୩ ମିଟର ରହିଥିବା ବେଳେ ଏଠାରେ ଜଳସ୍ତର ୧୭.୯୨ ରହିଛି। ରାତି ବେଳକୁ ଅହା ଆହୁରି ବୃଦ୍ଧି ପାଇବ।

publive-image

ବୈତରଣୀ ଉପରମୁଣ୍ଡ ଅର୍ଥାତ୍ ଆନନ୍ଦପୁର ଓ କେନ୍ଦୁଝରରେ ଅଧିକ ବର୍ଷା ହେଲେ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ନଦୀକୂଳିଆ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଜିଲ୍ଲାରେ କ‌ରୋନା ସଂକ୍ରମଣ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଥିବା ବେଳେ ବାତ୍ୟାରେ ଏବେ ବିଭିନ୍ନ ଅଞ୍ଚ ମଗ୍ନ ହୋଇଛି। ଅନେକ ଲୋକ ଏବେ ପଲିଥିନ ତଳେ ଆଶ୍ରୟ ନେଇଥିବା ଦେଖାଯାଇଛି। ସାମୁଦ୍ରିକ ଜୁଆର ଓ ବର୍ଷା ଜଳରେ ଅଧିକାଂଶ ଗାଁ ଉବୁଟୁବୁ ହେଉଥିବା ବେଳେ ବୈତରଣୀର ଚିନ୍ତା ବଢ଼ାଇ ଦେଇଛି। ବୈତରଣୀ ବନ୍ୟାରେ ମାଳଦା ଠାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁବାର ସକାଳ ଠାରୁ ଏହି ରାସ୍ତା ବୁଡି ବନ୍ୟାଜଳ ଗାଁ ଭିତରକୁ ପଶୁଥିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାନ୍ତି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି।

publive-image

ବଡ ବନ୍ୟା‌ ହେଲେ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ଆଦି ୪ଟି ବ୍ଲକର ୨୦ ପଞ୍ଚାୟତର ୮୦ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହେବେ। ଏବେ ମଧ୍ୟ ଏହିସବୁ ଗାଁ ବର୍ଷା ଜଳରେ ବୁଡିରହିଛି। ବନ୍ୟା ଅଧିକ ଭୟଙ୍କର ହେ‌ଲେ ଗାଁରେ ବ ନେଇପଶି ଲୋକଙ୍କର ଘର ଦ୍ବାର ବୁଡାଇବ। ଏହି ୪ଟି ବ୍ଲକର ଲୋକେ ଜ୍ୟେଷ୍ଠ ମାସରେ ବି ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ୪ଟି ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଡ. ଜ୍ଞାନରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ଟି ବ୍ଲକର ପନିପରିବା ଚାଷ ବର୍ଷା ପାଣିରେ ବୁଡି ରହିଥିବା ବେଳେ ଏବେ ପୁଣି ବନ୍ୟା ପାଣିରେ ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହେବ ଆଶଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe