ବୈତରଣୀରେ ବନ୍ୟା: ବନ୍ତରେ ଗଛ ପଡ଼ି ଜଣେ ମୃତ, ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ମୁତୟନ 

Advertisment

ନଦୀକୂଳିଆ ଓ ତଳିଆ ଅଞ୍ଚଳରେ  ପଶିଲା ବନ୍ୟା ଜଳ 

ନଦୀକୂଳିଆ ଓ ତଳିଆ ଅଞ୍ଚଳରେ  ପଶିଲା ବନ୍ୟା ଜଳ 

ବୈତରଣୀରେ ବନ୍ୟା: ବନ୍ତରେ ଗଛ ପଡ଼ି ଜଣେ ମୃତ, ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ମୁତୟନ 
ଭଦ୍ରକ: ବୈତରଣୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ଆଖୁଆପଦା  ନିକଟରେ ବୈତରଣୀ ନଦୀର ବିପଦ ସଂକେତ ୧୭, ୮୩ ମିଟର  ରହିଥିବା ବେଳେ ବୁଧବାର ରାତି ୯ଟା ସୁଦ୍ଧା ଏଠାରେ ବନ୍ୟା ଜଳ ବିପଦ ସଂକେତ ୧୯.୫୬ ମିଟର ଉପରେ ପ୍ରବାହିତ ହେଉଛି। ଆଜି ରାତି ସୁଦ୍ଧା ଏଠାରେ  ବନ୍ୟା ଜଳ ୨୦.୦୦ ମିଟର ଉପରେ ପ୍ରବାହିତ ହେବାର ଆଶଙ୍କା କରାଯାଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବୈତରଣୀରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି। ବନ୍ତ ବ୍ଲକ ଟିଲୋ ପଂଚାୟତ ବଉଳସାହିରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନରୋତ୍ତୋମ ରାଉତଙ୍କ ଉପରେ ଗଛ ପଡ଼ିବା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ  ପ୍ରସ୍ତୁତି ରହିଛି ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳି ରାମ ବନ୍ଦର ପ୍ରକାଶ କରିଛନ୍ତି। ସେହିପରି ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି।

publive-image ଭଦ୍ରକର ଆଖୁଆପଦା ନିକଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ।

ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍‌ର ବିଭିନ୍ନ ପଞ୍ଚୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଖାଲୁଆ ଅଞ୍ଚଳରେ ବର୍ଷା ଜଳ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ନଦୀ କୁଳିଆ ଲୋକେ ଆତଙ୍କିତ ହୋଉପଡ଼ିଛନ୍ତି।
publive-image
ମିଳିଥିବା ସୂଚନା ଅନୁଯାୟୀ ବୈତରଣୀ ନଦୀର ଉପର ମୁଣ୍ଡ ଠାକୁରମୁଣ୍ଡା ଠାରେ ସର୍ବାଧିକ ୨୬୪.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର ଠାରେ ୧୪୪.୮, ଚମ୍ପୁଆ ଠାରେ ୧୧୧.୪, ସ୍ଵାମପାଟଣା ଠାରେ ୧୭୦.୨, ଆନନ୍ଦପୁର ଠାରେ ୯୬.୨ ଓ ଆଖୁଆପଦାଠାରେ ୬୮.୮ମିମି ବର୍ଷା ରେକର୍ଡ କରାଯାଇଛି। ଏହି ବର୍ଷା ତଥ୍ୟ ଅନୁଯାୟୀ ବୈତରଣୀ ନଦୀରେ ଏକ ବଡ଼ଧରଣର ବନ୍ୟା ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଭଣ୍ଡାରିପୋଖରୀ ବ୍ଲକର ପାଟୁଲିରୁ ମୋବାରକପୁର ରାସ୍ତାରେ ପାଣି ପାଇଁ ଯୋଗାଯୋଗ ବିଛିନ୍ନ ହୋଇଛି। ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମଧ୍ୟାନବିରତି ପରେ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe