Advertisment

ବୌଦ୍ଧରେ ବନ୍ୟା ପରିସ୍ଥିତି : ଜଗନ୍ନାଥ ସଡ଼କରେ ଚାଲିଲା ଡଙ୍ଗା

Advertisment
ବୌଦ୍ଧରେ ବନ୍ୟା ପରିସ୍ଥିତି : ଜଗନ୍ନାଥ ସଡ଼କରେ ଚାଲିଲା ଡଙ୍ଗା

ବୌଦ୍ଧ : ଦୁଇ ଦିନର ବର୍ଷାରେ ମହାନଦୀ ଫୁଲିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଅଧିକ ଗେଟ୍‌ ଖୋଲିବା ଯୋଗୁଁ ବୁଧବାର ମଧ୍ୟରାତ୍ରିରୁ ଜଳସ୍ତର ଅଧିକ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ବର୍ତ୍ତମାନର ସ୍ଥିତିରେ ଐତିହାସିକ ଜଗନ୍ନାଥ ରୋଡ୍‌ର ଏକାଧିକ ସ୍ଥାନରେ ମହାନଦୀ ପାଣି ଲହଡ଼ି ମାରୁଛି। ଏହି ରାସ୍ତାର ହାଟଗାଁ ଓ କରଡ଼ି ଗ୍ରାମ ମଝିରେ ଥିବା ମଙ୍ଗଳା ମନ୍ଦିର ନିକଟରେ ରାସ୍ତା ଉପରେ ୫ ଫୁଟ୍‌ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରାସ୍ତା ପାର ହେବା ପାଇଁ ଲୋକେ ଦେଶୀ ଡଙ୍ଗାର ସାହାଯ୍ୟ ନେଉଥିବା ଦେଖାଯାଇଛି। ସେହିପରି ଏହି ରାସ୍ତାର ଧଳପୁର, କୁଡ଼ାସିଙ୍ଗା, ପାଣିଘରା, ତେନ୍ତୁଳିପଦର ଆଦି ସ୍ଥାନରେ ମଧ୍ୟ ରାସ୍ତା ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe