ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସ୍‌ଆରସି

Advertisment
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସ୍‌ଆରସି

ଭୁବନେଶ୍ୱର: ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢ଼ିଛି। ଫଳରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଯାଇଛି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ମହାନଦୀର ମୁଣ୍ଡଳି ଠାରେ ୬.୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳଭଣ୍ଡାରକୁ ୫.୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଇବ୍‌ ଏବଂ ଇବ୍‌ ଏବଂ ଭେଡେନ୍‌ ନଦୀରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କରୁଛି। ଏହି ପାଣି ମୁଣ୍ଡଳି ନିକଟରେ ପହଂଚିବା ବେଳକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ଫଳରେ ମହାନଦୀର ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି।

publive-image Hirakud Dam Sambad

ଏସ୍‌ଆରସି କହିଛନ୍ତି, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏତଦ୍‌ ବ୍ୟତୀତ ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଂକେତ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ବୈତରଣୀର ଆଖୁଆପଦା ଏବଂ ଆନନ୍ଦପୁରରେ ବିପଦ ସଂକେତ ଦେଖାଯାଇଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬ ମିଟର ଥିିବା ବେଳେ ସଂଧ୍ୟା ୬ଟାରେ ଏହା ୩୯.୫୦ ମିଟର ଦେଇ ଜଳ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୯ଟା ବେଳକୁ ୧୯.୯୯ ମିଟର ରହିଛି। ସେହିପରି ବୁଢ଼ାବଳଙ୍ଗରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ସନ୍ଧ୍ୟାରେ ୮.୪୦ ମିଟର ଦେଇ ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ଜାମଶୋଳାଘାଟରେ ୪୯.୧୫ ମିଟର ବିପଦ ସଂକେତ ଥିବା ବେଳେ ଏବେ ଏହା ୫୦.୯୨ ମିଟର ଦେଇ ଜଳ ପ୍ରବାହିତ ହେଉଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe