ମହାନଦୀରେ ସମ୍ଭାବିତ ବନ୍ୟା: ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

Advertisment
ମହାନଦୀରେ ସମ୍ଭାବିତ ବନ୍ୟା: ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ଓ ଏହାର ଶାଖାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ରବିବାର ସମ୍ବନ୍ଧୀତ ଜିଲ୍ଲାପାଳମାନଙ୍କୁ ଆଦେଶ ଦେଇଛନ୍ତି। ସେ କହିଛନ୍ତି, କାଲିସୁଦ୍ଧା ମୁଣ୍ଡୁଳିରେ ବନ୍ୟାଜଳ ପହଞ୍ଚିବ। ଏଠାରେ ୭.୫ରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇପାରେ।

ଏସ୍‌ଆରସି ଶ୍ରୀ ସେଠୀ କହିଛନ୍ତି, ସାଟେଲାଇଟ୍‌ ଫୋନ୍‌ ବ୍ୟବସ୍ଥା, ଦେଶୀ ଡଙ୍ଗା, ପାଓ୍ଵାର ବୋଟ୍‌, ଜେନେରେଟର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର, ଦୁର୍ବଳ ନଦୀବନ୍ଧ ଉପରେ ନଜର ପାଇଁ ମୋବାଇଲ୍‌ ଟିମ୍‌କୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

publive-image

ସମ୍ବଲପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବୁର୍ଲାସ୍ଥିତ ହୀରାକୁଦର ମାଷ୍ଟର୍ସ କଣ୍ଟ୍ରୋଲ ରୁମରେ ରବିବାର ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ୨୬ ବର୍ଷର ରେକର୍ଡ। ପୂର୍ବରୁ ୧୯୯୨ ଅଗଷ୍ଟ ୧୯ରେ ୫୮୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

ଆଜି ସନ୍ଧ୍ୟା ୫ର ବୁଲେଟିନ୍‌ ଅନୁସାରେ ହୀରାକୁଦ ଡ୍ୟାମକୁ ପ୍ରତି ସେକେଣ୍ଟରେ ୧ ଲକ୍ଷ ୬୪ ହଜାର କୁସେଜ ବର୍ଷା ଜଳ ପ୍ରବେଶ କରୁଥିବା ବେଳେ ପାଓ୍ଵାର ଚେନାଲ ଓ କେନନ ଗୁଡ଼ିକ(ବରଗଡ଼, ଶାସନ ଓ ସମ୍ବଲପୁର)ରେ ୫୩୦୦ କ୍ୟୁସେଜ ଜଳ ନିଷ୍କାସିତ ହେଉଛି। ଆଜି ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୩.୫୦ ଫୁଟ୍‌ ଥିଲା। ଏହା ଆହୁରୀ ବଢ଼ିବ ବୋଲି ହୀରାକୁଦ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ସେ କହିଛନ୍ତି, ଜୁଲାଇ ୨୪ରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଡ୍ୟାମ୍‌ରେ ବର୍ଷା ଜଳ ସ୍ଥିତି ନେଇ କେତୋଟି ଗେଟ୍‌ ଖୋଲିବ ପୂର୍ବରୁ ନଦୀ କୂଳରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯିବ। ମହାନଦୀ ବ୍ୟତୀତ ବ୍ରାହ୍ମଣୀ, ବୈତରଣୀ, ରୁଷିକୁଲ୍ୟା ଆଦି ନଦୀଗୁଡ଼ିକରେ ମଧ୍ୟ ପୂର୍ବ ଦିନଗୁଡ଼ିକ ଅପେକ୍ଷା ଜଳସ୍ତର ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe