ସମ୍ଭାବ୍ୟ ବନ୍ୟାସ୍ଥିତି ନେଇ ସମୀକ୍ଷା: ଖୋର୍ଦ୍ଧାର ଦୁଇଟି ବ୍ଲକରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌

ଜିଲ୍ଲାପାଳଙ୍କ ସମ୍ଭାବ୍ୟ ବନ୍ୟାଞ୍ଚଳ ପରିଦର୍ଶନ

ସମ୍ଭାବ୍ୟ ବନ୍ୟାସ୍ଥିତି ନେଇ ସମୀକ୍ଷା: ଖୋର୍ଦ୍ଧାର ଦୁଇଟି ବ୍ଲକରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌

ଖୋର୍ଦ୍ଧା: ଲଗାଣ ବର୍ଷା ଯୋଗୁଁ ମହାନଦୀରେ ପ୍ରବାହିତ ଅତିରିକ୍ତ ବନ୍ୟାଜଳ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ଦୟା ଓ କୁଆଖାଇ ନଦୀ ଏବଂ ଏହାର ଶାଖା ଓ ଉପନଦୀରେ ବନ୍ୟା ଆଶଙ୍କା ରହିଛି। ଏନେଇ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆପତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଓ ପରେ ଓସ୍‌ୱାନ୍‌ କକ୍ଷରେ ପୂର୍ବାହ୍‌ଣ ୯ଟାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆପାତକାଳୀନ ଅଧିକାରୀ ମମତା ସାହୁ ପ୍ରାକ୍‌ ବନ୍ୟା ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ବର୍ତମାନ ଦୟାନଦୀ ଓ କୁଆଖାଇରେ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବାଲିଅନ୍ତା ଓ ଜଟଣୀ ବ୍ଲକକୁ ବନ୍ୟା ଆଶଙ୍କା ରହିଛି। ଏହି ଦୃଷ୍ଟିରୁ ବାଲିଅନ୍ତାରେ ଓଡ୍ରାଫ୍‌ ଟିମ୍‌ ଓ ଜଟଣୀରେ ଏକ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ବୈଠକରେ ଜିଲ୍ଲାପାଳ ଯେଉଁଠି କେନାଲ୍‌ ଆଦି ସଫା ହୋଇନାହିଁ, ପୋତି ହୋଇଯାଇଛି ସେଗୁଡ଼ିକୁ ଚିହ୍ନଟ କରି ପୋକ୍ଲିନ୍‌ ମାଧ୍ୟମରେ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଯେଉଁ ବିଦ୍ୟାଳୟଗୁଡ଼ିକ ଅସୁରକ୍ଷିତ ଅଛି ସେଠାର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଶିକ୍ଷାବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୌରାଚଂଳର ନାଳଗୁଡ଼ିକୁ ମଧ୍ୟ ସଫା କରିବା ସହ ସହରତଳି ଅଞ୍ଚଳରେ ଜଳନିଷ୍କାସନ ବ୍ୟବସ୍ଥାକୁ ସଜାଡ଼ିକୁ କହିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ବିଭିନ୍ନ ତହସିଲର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ଏକ ଟିମ୍‌ ଜଟଣୀର ପାଣ୍ଡିଆବିଲି ଓ ଅନ୍ୟ ବନ୍ୟା ଆଶଙ୍କା ଥିବା ଅଂଚଳ ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe