ରେଙ୍ଗାଳି ଡ୍ୟାମ୍‌ରୁ ବୁଧବାର ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ 

Advertisment
ରେଙ୍ଗାଳି ଡ୍ୟାମ୍‌ରୁ ବୁଧବାର ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ 

ରେଙ୍ଗାଳି: ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରରୁ ବୁଧବାର ଗୋଟିଏ ଗେଟ୍‌ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

ରେଙ୍ଗାଳି ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାୟୀ ରେଙ୍ଗାଳି ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର। ଆଜି ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମ୍‌ରେ ଜଳସ୍ତର ୧୧୯.୬୯ ମିଟର ପହଁଚିଛି। ଡ୍ୟାମର ଜଳଧାରଣ ସାରଣୀ ଅନୁଯାୟୀ ଆଜିର ତାରିଖରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୩୪୭.୨୫ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାରଚ୍ୟାନେଲ ଦେଇ ୫୯୭.୧୧ ଘନମିଟର ଜଳ ନିଷ୍କାସନ ହେଉଛି। ପ୍ରତି ଘଣ୍ଟାରେ ଡ୍ୟାମରେ ୨ ସେ.ମି  ଜଳସ୍ତର ବୃଦ୍ଧି ପାଉଛି। ଫଳରେ ବୁଧବାର ମୋଟ ୨୪ଟି ଗେଟ୍‌ ମଧ୍ୟରୁ ଗୋଟିଏ ଗେଟ୍‌ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ।

ରେଙ୍ଗାଳି ଡ୍ୟାମ୍‌ର ନିମ୍ନରେ ବ୍ରାହ୍ମଣୀ ନଦୀର ଉଭୟ କୂଳରେ ବସବାସ କରୁଥିବା ଗ୍ରାମର ଜନସାଧାରଣଙ୍କ ସମେତ ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳିଆ ଜନସାଧାରଣ ସତର୍କ ରହିବାକୁ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe