ଚିଲିକାରେ ଫ୍ଲୋରା ଓ ଫନା ସର୍ଭେ : ସିଡିଏ ପକ୍ଷରୁ ୨୪ ଦଳ ନିୟୋଜିତ

ଚିଲିକାରେ ଫ୍ଲୋରା ଓ ଫନା ସର୍ଭେ : ସିଡିଏ ପକ୍ଷରୁ ୨୪ ଦଳ ନିୟୋଜିତ

ପୁରୀ/କୃଷ୍ଣପ୍ରସାଦ : ଓଡିଶା ପର୍ଯ୍ୟଟନସ୍ଥଳୀରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଚିଲିକାରେ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ତରଫରୁ ଫ୍ଲୋରା ଓ ଫନା ସର୍ଭେ କରାଯାଇଛି। ଯେଉଁଥିରେ ଚିଲିକାରେ ଥିବା ବିଭିନ୍ନ ପ୍ରଜାତିର ସାମୁଦ୍ରିକ ଗଛ ସହ ବିଦେଶାଗତ ଓ ଅନ୍ୟ ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ଗଣତି କରାଯାଇଛି। ସେହିଭଳି ଚିଲିକାରେ କେତେ ପ୍ରଜାତି ଓ ସଂଖ୍ୟାରେ ଡଲ୍‌ଫିନ୍‌ ଅଛନ୍ତି, ତାହାର ବି ଗଣନା କରାଯାଇଛି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ନନ୍ଦ କହିଛନ୍ତି। ସମ୍ପୂର୍ଣ୍ଣ ଗଣନା ପରେ ଶନିବାର ତାଲିକା ପ୍ରକାଶ ପାଇବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ସିଡିଏ ନିର୍ବାହୀ ଯନ୍ତ୍ରୀ ମଙ୍ଗୁଳି ରାଉତଙ୍କ ନେତୃତ୍ବରେ ସାତପଡ଼ାର ୯ଟି ଓ ବାଲୁଗାଁର ୧୫ଟି, ଏଭଳି ୨୫ଟି ଦଳ ଆଜି ଚିଲିକାରେ ବୁଲି ଏହି ଦିନିକିଆ ସର୍ଭେ ‌ଶେଷ କରିଛନ୍ତି। ଗୋଟିଏ ଟିମ୍‌ରେ ମେସିନ ଚାଳିତ ଡଙ୍ଗା ସାହାଯ୍ୟରେ ୬ରୁ ୭ଜଣ କର୍ମଚାରୀ ବାଇନାକୁଲାର୍‌ ଓ ଜିପିଏସ୍‌ ମାଧ୍ୟମରେ ଫ୍ଲୋରା ଓ ‌ଫନା ସର୍ଭେ କରିଛନ୍ତି। ଡଲଫିନକୁ ଚିହ୍ନଟ କରି ଗଣନା କରିଛନ୍ତି। ବାଲୁଗାଁ ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ବନ ବିଭାଗ କର୍ମଚାରୀଙ୍କ ସମେତ ଅତିରିକ୍ତ କୃଷି ଅଧିକାରୀ ଜୟନ୍ତୀ ଜେନା, ଡା. ରବୀନ୍ଦ୍ରନାଥ ସାମଲ, ଅଧ୍ୟାପକ ପ୍ରବୀର ମୋହନ ଦାସ, ସିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ବେହେରା, କନିଷ୍ଠ ଯନ୍ତ୍ରୀ ଡମ୍ବରୁ ବିଶ୍ୱାଳ ସର୍ଭେରେ ସାମିଲ୍‌ ଥିଲେ। ଆଳୁପାଟଣା, ଗଙ୍ଗାଧରପୁର, ସାତପଡ଼ା, ସିପକୁଦା, ଗବକୁଣ୍ଡ, ମିର୍ଜାପୁର, ରାୟପୁର ମୋଟର ବୋଟ ସଂଘର କର୍ମକର୍ତ୍ତା ଓ ପରିବେଶବିତ୍‌ମାନେ ଏହି ସର୍ଭେରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe