ପ୍ରଥମ ଥର ଲାଗି ଫୁଲରେ ସଜେଇ ହେଉଛି ଶ୍ରୀମନ୍ଦିର; ଲାଗିଛନ୍ତି ୨୦୦ କାରିଗର

ପ୍ରଥମ ଥର ଲାଗି ଫୁଲରେ ସଜେଇ ହେଉଛି ଶ୍ରୀମନ୍ଦିର; ଲାଗିଛନ୍ତି ୨୦୦ କାରିଗର

ପୁରୀ : ଏଥର ରଥଯାତ୍ରାରେ ଦେଖିବାକୁ ମିଳିବ ଏକ ନୂଆ କଥା।  ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଆଜି ଫୁଲ ସଜା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିରକୁ ବିଭିନ୍ନ ରଙ୍ଗର ଫୁଲରେ ସଜା ଯାଉଛି।

ଏହି ଫୁଲ ସଜା ମନ୍ଦିର ପ୍ରଶାସନ କରି ନାହିଁ, ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ବ ନେଇଛନ୍ତି । ଏହାର ସମସ୍ତ ଖର୍ଚ୍ଚ ସେ ବହନ କରିଛନ୍ତି । ଦିଲ୍ଲୀ ନିବାସୀ କେକେ ଶର୍ମା ନାମକ ଜଣେ ଭକ୍ତ ଶ୍ରୀମନ୍ଦିରରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଶ୍ରୀ ଶର୍ମା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଫୁଲରେ ସଜାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ଫୁଲରେ ସଜାଇବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲ‌ରେ ସଜାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ‌ଯେତେ ଦିନ ଠାକୁର ରହିବେ ସବୁ ଦିନ ଏହା ଫୁଲରେ ସଜ୍ଜା ହେବ। ଏହି ଦାୟିତ୍ବ ଶ୍ରୀ ଶର୍ମା ନେଇଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏଥିପାଇଁ ଶ୍ରୀ ଶର୍ମା  ଦିଲ୍ଲୀର ୨୦୦ରୁ ଅଧିକ ଫୁଲ ସଜାଇବା କାରିଗର ନେଇ ଆସିଛନ୍ତି। ଏହି କାରିଗରମାନେ ଆଜି  କାମ ଆରମ୍ଭ କରିଛନ୍ତି। ସେହିଭଳି ସୁନାବେଶ ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ସଜା ହେବ। ଏହାର ସମସ୍ତ ଖର୍ଚ୍ଚ ଶ୍ରୀ ଶର୍ମା ବହନ କରିବେ। ଏଥିପାଇଁ ସେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇଛନ୍ତି। ତେବେ ଏହି ଫୁଲ ସଜାରେ ୧୫ରୁ ୨୦ ଟ୍ରିପ୍ ଫୁଲ ଲାଗିବ ଓ ଆନୁମାନିକ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe