Livemint
ଭଦ୍ରକ : ଭଣ୍ଡାରିପୋଖରୀରେ ନିର୍ବାଚନ ଲଢୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଆସିଥିବା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀଙ୍କ ଉପରେ ଫ୍ଲାଇଂ ସ୍କ୍ବାଡ୍ ଓ ପୁଲିସ ଚଢ଼ଉ କରି ତାଙ୍କ ପାଖରେ ଥିବା ୫୦ ହଜାର ଏକ ଶହ ଟଙ୍କାକୁ ଜବତ କରିଥିଲେ। ମାତ୍ର ନିୟମ ଅନୁଯାୟୀ ୫୦ହଜାର ଟଙ୍କା ଧରି ଜଣେ ବ୍ୟକ୍ତି ଯାଇପାରିବେ। ତେଣୁ ଟଙ୍କା ଜବତ କରିବା ପରେ ପୁଣି ସେହି ଟଙ୍କାକୁ କଂଗ୍ରେସ ନେତା ଶ୍ରୀ ଚୌଧୁରୀଙ୍କୁ ଫେରାଇ ଦିଆଯାଇଥିଲା। ଏହି ଘଟଣା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଯେଉଁମାନେ ଏଭଳି ଷଡ଼ଯନ୍ତ୍ର ଚଳାଇଛନ୍ତି ତାହା କାମ ଦେବ ନାହିଁ ବୋଲି ସେ କହିଛନ୍ତି।
Follow Us