ପୁଣି ଚର୍ଚ୍ଚାରେ ଏଫ୍‌ଏମ୍‌ କଲେଜ: କ୍ଲାସ୍‌ରେ ପଶି ଛାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଯୁବକଙ୍କୁ ବାନ୍ଧିଲା ଟାଉନ୍‌ ଥାନା ପୁଲିସ

ଦେଶରେ ଚର୍ଚ୍ଚାକୁ ଆସିଥିବା ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ମାମଲାକୁ ଆସନ୍ତାକାଲି ଏକ ମାସ ବିତୁଥିବା ବେଳେ ସୋମବାର କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜର ଜଣେ ଛାତ୍ରୀଙ୍କୁ ସୋମବାର ଅପରାହ୍ନରେ ଅଣଛାତ୍ର ତଥା ମୟୂରଭଞ୍ଜ ଅଞ୍ଚଳର ଯୁବକ ଚନ୍ଦନ କୁମାର ଗିରି ଗାଳିଗୁଲଜ କରିବା ଅଭିଯୋଗ ହୋଇଛି...

FM College in the news again: Student barged into class and abused, Town police arrested the accused youth

FM College in the news again: Student barged into class and abused, Town police arrested the accused youth Photograph: (sambad.in)

ବାଲେଶ୍ବର: ଦେଶରେ ଚର୍ଚ୍ଚାକୁ ଆସିଥିବା ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ମାମଲାକୁ ଆସନ୍ତାକାଲି ଏକ ମାସ ବିତୁଥିବା ବେଳେ ସୋମବାର  କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜର ଜଣେ ଛାତ୍ରୀଙ୍କୁ ସୋମବାର ଅପରାହ୍ନରେ ଅଣଛାତ୍ର ତଥା ମୟୂରଭଞ୍ଜ ଅଞ୍ଚଳର ଯୁବକ ଚନ୍ଦନ କୁମାର ଗିରି(୨୭) ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଏହି ଯୁବକ ଜଣଙ୍କ କ୍ଲାସ୍‌ ରୁମ୍‌ରେ ପଶି ଛାତ୍ରୀ ଜଣଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଅଧ୍ୟକ୍ଷ ଫିରୋଜ ପାଢୀଙ୍କ ନିକଟରେ ଖବର ପହଞ୍ଚିବା ପରେ ସେ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ତେବେ ଏହି ଯୁବକ ମୟୂରଭଞ୍ଜ ଅଞ୍ଚଳର ହୋଇଥିବା ବେଳେ ସେ ଛାତ୍ରୀଙ୍କ ଉପରେ ପ୍ରତିଶୋଧପରାୟଣ ହୋଇ ବାଲେଶ୍ବର ଆସିଥିବା ଜଣାପଡ଼ିଛି। ଛାତ୍ରୀ ଏବଂ ଅଭିଯୁକ୍ତ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିବାରୁ ଯୁବକ ଜଣଙ୍କ କ୍ଲାସ୍‌ ରୁମ୍‌ରେ ପଶି ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଥିବା ବେଳେ ଏକତରଫା ପ୍ରେମରୁ ଏଭଳି ଘଟିଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏନେଇ ତଦନ୍ତ ଜାରି ରହିଥିବା ଆଇଆଇସି ବିଜୟ କୁମାର ଦାସ କହିଛନ୍ତି।

Baleswar | Fakir Mohan College | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe