ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ମାମଲା: ଅନ୍ୟମାନଙ୍କୁ ଖସାଇଦେବେ କି?

Advertisment

ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଆତ୍ମଦାହ କରି ପ୍ରାଣ ହରାଇଥିବା ଏଫ୍‌ଏମ୍‌ ଛାତ୍ରୀଙ୍କ ମୃତ୍ୟୁ ପଛରେ ଆଉ କେହି ଦାୟୀ ନୁହନ୍ତି! ଘଟଣାସ୍ଥଳରେ କେହି ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇ ନାହାନ୍ତି!! ସେ ନିଜେ ନିଜେ ଆତ୍ମଦାହ ବା ଆତ୍ମହତ୍ୟା କରିଛନ୍ତି।

ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଆତ୍ମଦାହ କରି ପ୍ରାଣ ହରାଇଥିବା ଏଫ୍‌ଏମ୍‌ ଛାତ୍ରୀଙ୍କ ମୃତ୍ୟୁ ପଛରେ ଆଉ କେହି ଦାୟୀ ନୁହନ୍ତି! ଘଟଣାସ୍ଥଳରେ କେହି ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇ ନାହାନ୍ତି!! ସେ ନିଜେ ନିଜେ ଆତ୍ମଦାହ ବା ଆତ୍ମହତ୍ୟା କରିଛନ୍ତି।

fm collage

ବାଲେଶ୍ବର: ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଆତ୍ମଦାହ କରି ପ୍ରାଣ ହରାଇଥିବା ଏଫ୍‌ଏମ୍‌ ଛାତ୍ରୀଙ୍କ ମୃତ୍ୟୁ ପଛରେ ଆଉ କେହି ଦାୟୀ ନୁହନ୍ତି! ଘଟଣାସ୍ଥଳରେ କେହି ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇ ନାହାନ୍ତି!! ସେ ନିଜେ ନିଜେ ଆତ୍ମଦାହ ବା ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଏମିତି ତଦନ୍ତ ରିପୋର୍ଟ ପାଇଁ ଉଦ୍ୟମ କରାଯାଉଥିବା ଆଲୋଚନା ହେଉଛି। ତେବେ, ଏ ଆଲୋଚନାରେ କେତେ ସତ୍ୟତା ରହିଛି, ତାହା ଆଗାମୀ ଦିନରେ ଅର୍ଥାତ୍‌ ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ।

ଏକ ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତର ଗତି ସେହି ଦିଗ ଆଡ଼କୁ ମୁହାଁଇଛି। ଛାତ୍ରୀଙ୍କୁ ଆଦୌ କେହି ଆତ୍ମଦାହ କରିବା ପାଇଁ ପ୍ରବର୍ତ୍ତାଇ ନାହାନ୍ତି। ସେ ନିଜ ଦେହରେ ନିଜେ ସ୍ବଇଚ୍ଛାରେ ଅଧ୍ୟକ୍ଷଙ୍କଠାରୁ ନ୍ୟାୟ ପାଇବାର ଆଶା ହରାଇ ନିଆଁ ଲଗାଇଥିବା ଦିଗରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ ସରିଥିବା ସୂଚନା ମିଳିଛି। କେବଳ ଘଟଣାରେ ଗିରଫ ହୋଇଥିବା କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇବାକୁ ଯୋଜନା ପ୍ରସ୍ତୁତି ହୋଇଛି। ଫଳରେ ଅନ୍ୟମାନେ ଖସିବା ଏକପ୍ର‌କାର ନିଶ୍ଚିତ ହୋଇସାରିଛି। ଏଭଳି ସ୍ଥିତିରେ ଛାତ୍ରୀ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ଦେବାର ଦୃଶ୍ୟ ସିସି କ୍ୟାମେରାରେ ରେକର୍ଡ ହୋଇନଥିବାରୁ, କେବଳ ନିଆଁ ଲାଗିବା ପରେ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବାର ଦୃଶ୍ୟ  ରେକର୍ଡ ହୋଇଥିବାରୁ, ଛାତ୍ରୀ ନିଆଁ ଲଗାଇ ହେବା ବେଳେ ତାଙ୍କ ନିକଟରେ କିଏ ଥିଲେ, ସେମାନେ ପ୍ରମାଣ ଅଭାବରୁ ଖସିଯିବାର ସୁଯୋଗ ମଧ୍ୟ ସେମାନଙ୍କୁ ସୁହାଉଛି।

ପ୍ରମାଣିତ କରିବେ, ଛାତ୍ରୀ ସ୍ବଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି! 
ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନାହିଁ

 ଅନ୍ୟପକ୍ଷରେ, ଗତ କିଛିଦିନ ହେବ ବାଲେଶ୍ବରରେ ଆଉ କ୍ରାଇମବ୍ରାଞ୍ଚର ତନାଘନା ଦେଖିବାକୁ ନ ମିଳିବା ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଖସାଇବାକୁ ଯୋଜନା ପ୍ରସ୍ତୁତି ସରିଥିବା ଚର୍ଚ୍ଚାକୁ ବଳ ଯୋଗାଉଛି। ତଦନ୍ତ ଆଗେଇ ନେବାକୁ କ୍ରାଇମବ୍ରାଞ୍ଚ ଉପରେ କାହାର ଚାପ ପଡ଼ୁଛି ନା ସରକାରୀ ଦଳର ମାମଲା ସହିତ କାହାରି ସଂପୃକ୍ତି ଜଣାପଡ଼ୁଥିବାରୁ ତଦନ୍ତ ଶିଥିଳ ହେଉଥିବା ବିରୋଧୀ ରାଜନୈତିକ ଦଳ ପ୍ରଶ୍ନ ଉଠାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କ୍ରାଇମବ୍ରାଞ୍ଚ ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିବା ବିରୋଧୀଙ୍କ ଅଭିଯୋଗ ରହିଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ମାମଲାର ନ୍ୟାୟିକ ତଦନ୍ତ ଦାବି କରି ଆସୁଛନ୍ତି। ଏଭଳି ସ୍ଥିତିରେ ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ପଛରେ ପ୍ରତ୍ୟକ୍ଷ, ପରୋକ୍ଷରେ ଥିବା ସବୁ ଅଭିଯୁକ୍ତ ସର୍ବସମ୍ମୁଖକୁ ଆସିବେ କି ନାହିଁ, ତାକୁ ନେଇ ସନ୍ଦେହ ଘନୀଭୂତ ହେବାକୁ ଲାଗିଲାଣି। ସହଦେବଖୁଣ୍ଟା ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ସମୟରେ ୨ଜଣଙ୍କୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚ ମାମଲା ନେଲା ପରେ ଘଟଣାପଛରେ ଥିବା ବହୁ ସନ୍ଦିଗ୍ଧ ଜେଲ୍‌ ଯିବେ, ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ଆଲୋଚନା ହେଉଥିଲା। ତେବେ, ଏହି ଆଲୋଚନା କେବଳ ଆଲୋଚନାରେ ସୀମିତ ରହିଛି। ଏ ସମ୍ପର୍କରେ କେତେଜଣ ମତ ଦେଇଛନ୍ତି, ତଦନ୍ତ ଏକ ପ୍ରକ୍ରିୟା ହୋଇଥିବାରୁ ଆଗକୁ କେତେବେଳେ କଣ ଘଟିବ ସେଥିନେଇ ପୂର୍ବାନୁମାନ କରିବା ଠିକ୍‌ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe