ବରଗଡ଼ରେ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟିତ

Advertisment
ବରଗଡ଼ରେ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟିତ

ବରଗଡ଼: ପ୍ରସାର ଭାରତୀ ପକ୍ଷରୁ ବରଗଡ଼ଠାରେ ଏଫ୍‌ଏମ୍‌ ରିଲେ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ସମାରୋହରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୦୦ ୱାଟ୍‌ କ୍ଷମତା ବିଶିଷ୍ଟ ଏହି ଟ୍ରାନ୍ସମିଟର ବରଗଡ଼ ଅଂଚଳର ୨୨ କିଲୋମିଟର ପରିଧି ମଧ୍ୟରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ସକାଳ ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୋତାମାନେ ଶୁଣି ପାରିବେ।

ସମାରୋହରେ ଆକାଶବାଣୀ ସମାଚାର ବିଭାଗ ନୂଆଦିଲ୍ଲୀର ଯୁଗ୍ମ ନିର୍ଦ୍ଦେଶକ ନଭଲସାଙ୍ଗ ପରମାର, ସମ୍ବଲପୁର ଯାନ୍ତ୍ରିକ ବିଭାଗର ମୁଖ୍ୟ ରମେଶଚନ୍ଦ୍ର ଭୋଇ, ବରଗଡ଼ କେନ୍ଦ୍ର ଦାୟିତ୍ବରେ ଥିବା ରାଜକିଶୋର ପଣ୍ଡା, ଦୂରଦର୍ଶନ ସମ୍ବଲପୁର ଯାନ୍ତ୍ରିକ ବିଭାଗର ମୁଖ୍ୟ ପ୍ରଦୀପ୍ତ ମିଶ୍ର, ଆକାଶବାଣୀ ସମ୍ବଲପୁର ଏବଂ ଦୂରଦର୍ଶନର କାର୍ଯ୍ୟକ୍ରମ ମୁଖ୍ୟ ମନୋଜ ପୂଜାରୀ, ସାମ୍ବାଦିକ ଉମେଶଚନ୍ଦ୍ର ବିଶ୍ବାଳଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe