୨୮ ଯାଏ ଉପକୂଳରେ ଘନ କୁହୁଡ଼ି

Advertisment
ଆଗକୁ ଶୁଖିଲା ପାଗ, ୨୧ରେ ସୃଷ୍ଟି ହୋଇପାରେ ଲଘୁଚାପ

photo by : skymetweather.com

ଭୁବନେଶ୍ୱର : ଅଭ୍ୟନ୍ତରୀଣ ଓଡ଼ିଶାରେ ଆଉ ୪ ଦିନ ଯାଏ ଥଣ୍ଡା ଅନୁଭୂତ ହେବ। ଏହାପରେ କିଛିଟା ପରିବର୍ତନ ଆସିପାରେ। କିନ୍ତୁ ଉପକୂଳରେ ଆଉ ଥଣ୍ଡା ବଢ଼ିବାର ସମ୍ଭାବନା କ୍ଷୀଣ। କାଁ ଭାଁ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରି ଭିତରେ ରହିବ। ନ ହେଲେ ଅଧିକାଂଶ ଅଞ୍ଚଳରେ ୧୨ ଡିଗ୍ରି ଉପରକୁ ଚାଲିବ। ଆଜି ପୁରୀ, ପାରାଦ୍ୱୀପ, ଗୋପାଳପୁରରେ ତାପମାତ୍ରା ୧୪ ଡିଗ୍ରି ଉପରେ ରହିଥିଲା। କଟକ ଓ ଭୁବନେଶ୍ୱରର ତାପମାତ୍ରା ପୂର୍ବରୁ ୧୨ ଡିଗ୍ରି ତଳେ ରହୁଥିବା ବେଳେ ଆଜି ବୃଦ୍ଧି ପାଇ ଯଥାକ୍ରମେ ୧୩ ଓ ୧୩.୧ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ କହୁଛି ଆସନ୍ତା ୨୪ ତାରିଖ ଯାଏ ଅଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ୧୦ ଡିଗ୍ରି ମଧ୍ୟରେ ତାପମାତ୍ରା ରହିବ। ଆଉ ସେତେଟା ହ୍ରାସ ପାଇବ ନାହିଁ। ଫୁଲବାଣୀରେ ଏବେ ଥଣ୍ଡା କମିବ ନାହିଁ। ଆଉ କିଛି ଦିନ ଏହି ଅଞ୍ଚଳରେ ଥଣ୍ଡା ଜାରି ରହିବ। କିନ୍ତୁ ଉପକୂୂଳ ଓଡ଼ିଶାର ପାଗରେ କିଛିଟା ପରିବର୍ତନ ଆସିବ। ଘନ କୁହୁଡ଼ି ହେବ। ୨୨୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ଏହି ସମୟରେ ଉପକୂଳ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।  ଗତ ୨୪ ଘଣ୍ଟାରେ ତାପମାତ୍ରାରେ ସେଭଳି ଆଖିଦୃଶିଆ ହ୍ରାସ ପାଇ ନାହିଁ। ମାତ୍ର ୬ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ଆଜି ବି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୮, ଭବାନୀପାଟଣାରେ ୮.୨, ଦାରିଙ୍ଗବାଡ଼ିରେ ୮.୫, ଅନୁଗୁଳ ଓ ହୀରାକୁଦରେ ୯.୬ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe