୨୮ ତାରିଖ ଯାଏ ଉପକୂଳରେ କୁହୁଡ଼ି

୨୮ ତାରିଖ ଯାଏ ଉପକୂଳରେ କୁହୁଡ଼ି

Photo by : skymetweather.com

ଭୁବନେଶ୍ୱର : ଆସନ୍ତା ୨୮ ତାରିଖ ଯାଏ ଉପକୂଳ ଓଡ଼ିଶାରେ କଲବଲ କରିବ କୁହୁଡ଼ି। ଭୋର ସମୟରେ ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଧା, ନୟାଗଡ଼, ଭଦ୍ରକ, ବାଲେଶ୍ୱର ପରି ଜିଲ୍ଲାରେ ଘନ କୁହୁଡ଼ି ହେବ। ରାତି ସମୟରେ ବି କୁହୁଡ଼ିର ମାତ୍ରା କିଛି ପରିମାଣରେ ରହିବ। ଏହି ସମୟ ମଧ୍ୟରେ କିନ୍ତୁ ଦିନର ତାପମାତ୍ରା ବୃଦ୍ଧି ପାଇବ। ୨୦ ଡିଗ୍ରି ଉପରକୁ ସର୍ବନିମ୍ନ ତାପମାତ୍ରା ଚାଲିଯିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀ ଓ ସୁନ୍ଦରଗଡ଼କୁ ଛାଡ଼ି ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା। ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ଉପରକୁ ଚାଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe