Winter will subside: Warning for dense fog continues
ଭୁବନେଶ୍ବର: ରାଜ୍ୟରେ ଶୀତ କମିଛି। କିନ୍ତୁ ଅନେକାଂଶରେ କୁହୁଡ଼ି ଦେଖିବାକୁ ମିଳିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ରାତି ତାପମାତ୍ରା ସ୍ବାଭାବିକକୁ ଫେରିଥିବା ବେଳେ ଆଭ୍ୟନ୍ତର ଓ ଦକ୍ଷିଣ ଓଡ଼ିଶାର କିିଛି କିଛି ସ୍ଥାନରେ ଶୀତ ଏବେ ବି ଅନୁଭୂତ ହେଉଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୦.୬ ଡିଗ୍ରି ରହିଥିଲା। ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ୧୧.୫ ଡିଗ୍ରି ଉପରକୁ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇପାରେ।
CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଏହାପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳୁ ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ କେନ୍ଦ୍ରାପଡ଼ା, ଖୋର୍ଧା, ଗଞ୍ଜାମ ଓ କଳାହାଣ୍ଡି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା। ଆସନ୍ତାକାଲି ଖୋର୍ଧା, କଟକ ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯାଇପାରେ। ଏଥି ସହ ଜଗତସିଂହପୁର, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ଏହିଭଳି ଘନ କୁହୁଡ଼ି ଦେଖାଯାଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। ସର୍ବୋଚ୍ଚ ଦିନ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୭ ଡିଗ୍ରି ମଧ୍ୟରେ ରହିବ।
Follow Us