କଲବଲ କରିବ କୁହୁଡ଼ି

Advertisment
କଲବଲ କରିବ କୁହୁଡ଼ି

ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ବି ଜାରି ରହିଛି ଜାଡ଼। ଗତ ୮ ଦିନ ତୁଳନାରେ ଆଜି ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଥିଲେ ବି ପ୍ରବଳ କୁହୁଡ଼ିରେ କଲବଲ ହୋଇଛନ୍ତି ଲୋକେ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଘନ କୁହୁଡ଼ି ଲାଗି ରହିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୁହୁଡ଼ି ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ସଡ଼କ ଦୁର୍ଘଟଣା ମଧ୍ୟ ହୋଇଛି। ଏଭଳି ସ୍ଥିତି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ। କୁହୁଡ଼ି ପରିମାଣ ଏମିତି ବଢ଼ିବ ଯେ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ବି ଦେଖାଯିବ ନାହିଁ। ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ। ରାତି ୧୦ଟାରୁ ଉପକୂଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବ। ପୂର୍ବାହ୍ନ ୧୦ଟା ଯାଏ ଏଭଳି ସ୍ଥିତି ଲାଗି ରହିବ। ଭୋର ସମୟରେ କୁହୁଡ଼ିର ମାତ୍ରା ବଢ଼ିବ। ଥଣ୍ଡାରୁ ଟିକିଏ ଆଶ୍ୱସ୍ତି ମିଳିପାରେ। ୧୬ ତାରିଖ ପରେ ପୁଣିଥରେ ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଜାଡ଼ ଫେରିବ। ତାପମାତ୍ରା ହ୍ରାସ ପାଇବାର ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୮, ହିରାକୁଦରେ ୮.୬, କେନ୍ଦୁଝରଗଡ଼ରେ ୯, ଝାରସୁଗୁଡ଼ାରେ ୯.୨, ସମ୍ବଲପୁରରେ ୯.୩, ଅନୁଗୁଳରେ ୯.୬ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe