ଆଜି ବି ରାଜ୍ୟରେ କଲବଲ କରିଛି କୁହୁଡ଼ି: ଶ୍ରୀମନ୍ଦିରରେ ବି ସମାନ ସ୍ଥିତି

ଆଜି ବି ରାଜ୍ୟରେ କଲବଲ କରିଛି କୁହୁଡ଼ି। ବିଶେଷକରି ଉପକୂଳବର୍ତ୍ତି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସପାଇଛି। ଅବସ୍ଥା ଏମିତି ଯେ ପୁରୀ ଶ୍ରୀମନ୍ଦିରରେ ବି କୁହୁଡ଼ିର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳେ ମନ୍ଦିର ସାମ୍ନାରେ ଘନ କୁହୁଡ଼ି ଥିଲା।

Heavy fog in Kalahandi-Kandhamal-Koraput

Heavy fog in Kalahandi-Kandhamal-Koraput

ଭୁବନେଶ୍ବର: ଆଜି ବି ରାଜ୍ୟରେ କଲବଲ କରିଛି କୁହୁଡ଼ି। ବିଶେଷକରି ଉପକୂଳବର୍ତ୍ତି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସପାଇଛି। ଅବସ୍ଥା ଏମିତି ଯେ ପୁରୀ ଶ୍ରୀମନ୍ଦିରରେ ବି କୁହୁଡ଼ିର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳେ ମନ୍ଦିର ସାମ୍ନାରେ ଏତେ ଘନ କୁହୁଡ଼ି ଥିଲା ଯେ, ଶ୍ରଦ୍ଧାଳୁମାନଙ୍କ ଲାଗି ଦର୍ଶନରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ମଧ୍ୟରାତ୍ରିରୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ରହିବ ବୋଲି କୁହାଯାଇଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ବା ୨୮ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ଏସବୁକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ବିଶେଷ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳକଳାହାଣ୍ଡି ରହିଛି। ଏହା ସହିତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ କୁହୁଡ଼ି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି।

ସୂଚନାଯୋଗ୍ୟ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ମଧ୍ୟରାତ୍ରିରୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ରହିବ ବୋଲି କୁହାଯାଇଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ବା ୨୮ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ଏସବୁକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ବିଶେଷ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ରହିଛି। ଏହା ସହିତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ କୁହୁଡ଼ି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି।
ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ତାପମାତ୍ରା‌ରେ ‌ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସବୁ ଜିଲ୍ଲାରେ ୫୦ କିମ୍ବା ୫୦ରୁ କମ୍‌ ମିଟର ଦୃଶ୍ୟତା ରହିପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe