ଗଡ଼ଜାତ ଲୋକ ମହୋତ୍ସବ ଉଦ୍‌ଯାପିତ

Advertisment
ଗଡ଼ଜାତ ଲୋକ ମହୋତ୍ସବ ଉଦ୍‌ଯାପିତ

ବୌଦ୍ଧ/ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁରର ସାଧୁଚରଣ ଖେଳପଡ଼ିଆରେ ଚାଲିଥିବା ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଓ ସିନେ ନିର୍ଦ୍ଦେଶକ କୁନୁ ରଣା ମଞ୍ଚାସୀନ ଥିଲେ। ଗଡ଼ାଜାତ ମହୋତ୍ସବ ବୌଦ୍ଧ ଜିଲ୍ଲାର ସାଂସ୍କୃତିକ ମହାକୁମ୍ଭ ବୋଲି ଅତିଥିମାନେ ମତ ଦେଇଥିଲେ।

publive-image

ଅତିଥିଙ୍କ ଦ୍ବାରା ଉତ୍ସବର ମୁଖପତ୍ର ‘ଆମ ଗଡ଼ଜାତ’ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଗିରିଜା ଶଙ୍କର ପାଢ଼ୀ, ସାମ୍ବାଦିକ ପ୍ରୀତି ରଞ୍ଜନ ଦାସ, ଫରେଷ୍ଟର ସ୍ବାଧୀନ ସାମଲ, କୃଷି କ୍ଷେତ୍ରରେ ଉମେଶ ଭୋକ୍ତା, ସିନେ ତାରକା ଶୋଭା ରାଉତ ଓ ବିର୍ସାମୁଣ୍ଡା କନ୍ଧ ସମାଜକୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବରେ ପରିଚାଳନା କମିଟି ସଭାପତି ବିଶ୍ବଜିତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଦେବାଶିଷ ମହାକୁଡ଼ ବିବରଣୀ ପାଠ କରିଥିଲେ। ବିଜୟ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ନରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ। ବୈଠକ ପରେ ବରଗଡ଼ ଓ ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe