ବୁକ୍‌ ସର୍କୁଲାର୍‌-୪୭କୁ ଠିକ୍ ଭାବେ ପାଳନ କର: ସାଂସଦ, ବିଧାୟକଙ୍କ ସବୁ ଚିଠିର ଉତ୍ତର ଦେବେ ଅଧିକାରୀ

Advertisment

ସବୁ ବିଭାଗରେ ଖୋଲିବ ସ୍ବତନ୍ତ୍ର ସେଲ୍

ସବୁ ବିଭାଗରେ ଖୋଲିବ ସ୍ବତନ୍ତ୍ର ସେଲ୍

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

YouTube

ଭୁବନେଶ୍ବର: ସରକାରୀ ଅଧିକାରୀମାନେ ବୁକ୍ ସର୍କୁଲାର୍‌-୪୭କୁ ଖୋଲା ଉଲ୍ଲଂଘନ କରୁଛନ୍ତି। ସାଂସଦ ଓ ବିଧାୟକମାନେ ଚିଠି ଲେଖିଲେ ତାହା ଉପରେ ପଦକ୍ଷେପ ନେବା ତ ଦୂରର କଥା, ପ୍ରାପ୍ତି ସ୍ବୀକାର ବି ଦେଉନାହାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକମାନେ ଖୋଲା ଅସନ୍ତୋଷ ପ୍ରକଟ କରୁଛନ୍ତି। ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ। ବୁକ୍‌ ସର୍କୁଲାର୍‌-୪୭ ଯେପରି ଠିକ୍ ଭାବେ ପାଳନ ହେବ, ସେଥି ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍ ବି ଜାରି କରାଯାଇଛି।

ଗତ ବିଧାନସଭା ଅଧିବେଶନ ସମୟରେ ବୁକ୍‌ ସର୍କୁଲା‌ର୍‌-୪୭ ଉଲ୍ଲଂଘନ ନେଇ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ତମ୍ବି‌ତୋଫାନ କରିଥିଲେ। ଏହା ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ବୁକ୍‌ ସର୍କୁଲାର୍‌-୪୭ ଯେପରି ଠିକ୍ ଭାବେ ଅଧିକାରୀମାନେ ପାଳନ କରନ୍ତି, ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ସବୁ ବିଭାଗର ସଚିବଙ୍କୁ ନେଇ ଏକ ବୈଠକ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ। ଏହା ପରେ ଗତ ୫ ତାରିଖରେ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ୍‌ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ସାଂସଦ ଓ ବିଧାୟକମାନଙ୍କ ସହ କୌଣସି ଅଫିସିଆଲ୍‌ କାର୍ଯ୍ୟ କଲା ବେଳେ ବୁକ୍ ସର୍କୁଲାର୍‌ ପାଳନକୁ ନିଶ୍ଚିତ କରିବା ପାଇଁ ସବୁ ବିଭାଗ, ଆର୍‌ଡିସି, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗାଇଡ୍‌ଲାଇନ୍ ଦିଆଯାଇଥିଲା। ତାହା ସତ୍ତ୍ବେ ବିଧାନସଭା ଅଧିବେଶନରେ ବିଧାୟକମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରଥିଲେ। ‌ଏହାକୁ ଦୃଷ୍ଟିରେ ରଖି ସବୁ ବିଭାଗରେ ଏକ ସ୍ବତନ୍ତ୍ର ସେଲ୍‌ ଖୋଲାଯିବ ଓ ଜଣେ ନୋଡାଲ୍‌ ଅଫିସର୍‌ ଏହାର ଦାୟିତ୍ବରେ ରହିବେ। ସାଂସଦ ଓ ବିଧାୟକମାନଙ୍କ ସମସ୍ତ ଚିଠିକୁ ଏହି ସେଲ୍‌ ତଦାରଖ କରିବ। ସାଂସଦ ଓ ବିଧାୟକଙ୍କୁ ସେମାନଙ୍କ ଚିଠିର ପ୍ରାପ୍ତି ସ୍ବୀକାର ଦେବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉତ୍ତର ଦିଆଯିବ। ସେହିପରି ଜନପ୍ରତିନିଧିମାନଙ୍କ ଫୋନ୍‌ କଲ୍‌କୁ ଠିକ୍ ଭାବେ ରିସିଭ୍ କରିବାକୁ କୁହାଯାଇଛି।

ସବୁ ବିଭାଗ ନିଜ ନିଜ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ଏହି ମର୍ମରେ ଆବଶ୍ୟକ ନିର୍ଦ୍ଦେଶନାମା ଦେବେ। ସମସ୍ତ ଅଫିସ୍‌ରେ ସମାନ ଭାବେ ସ୍ବତନ୍ତ୍ର ସେଲ୍‌ ଖୋଲାଯିବ। ପ୍ରତି ମାସରେ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ନିଜ ନିଜ ପ୍ରଶାସନିକ ବିଭାଗକୁ ମାସିକ ପ୍ରୋଗ୍ରେସ୍ ରିପୋର୍ଟ(ଏମ୍‌ପିଆର୍‌) ଦେବେ। ସବୁ ବିଭାଗ ପ୍ରତି ମାସ ୧୫ ତାରିଖ ସୁଦ୍ଧା ନିଜ ନିଜର ଏମ୍‌ପିଆର୍ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇବେ। ଏହା ପରେ ପ୍ରତି ମାସ ୨୦ ତାରିଖରେ ସଂସଦୀୟ ବ୍ୟାପାର ବିଭାଗର ଏକ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବେ। ଆବଶ୍ୟକ ପଡ଼ିଲେ ସଦାଚାର କମିଟିକୁ ଏହି ରିପୋର୍ଟ ଦିଆଯିବ। ଓଏଏସ୍‌, ଓଆର୍‌ଏସ୍‌ ଓ ଓଟାସ୍‌ କ୍ୟାଡର୍‌ର ଅଧିକାରୀମାନଙ୍କ ତାଲିମ୍‌ ପାଠ୍ୟକ୍ରମରେ ବୁକ୍ ସର୍କୁଲାର୍‌-୪୭କୁ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe