Image Courtesy of India Today
ଭୁବନେଶ୍ବର : ଭାରତରେ କରୋନାର ନୂଆ ପ୍ରଜାତି ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହାକୁ ନେଇ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ତେବେ ରାଜ୍ୟ ସରକାର କରୋନାର ଏହି ନୂଆ ପ୍ରଜାତି ମୁକାବିଲା କରିବାରେ ସକ୍ଷମ। ତେବେ ଲୋକମାନେ ସତର୍କ ରହିବା ଜରୁରୀ। ଆସନ୍ତା ୩୦-୪୫ ଦିନ ପର୍ଯ୍ୟନ୍ତ କୋଭିଡ ନିୟମାବଳୀକୁ ମାନିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ପରେ ଓଡ଼ିଶା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନରେ ରହିଛି। ରାଜ୍ୟରେ ପ୍ରତ୍ୟେକ ଦିନ ପ୍ରାୟ ୬ହଜାର ନମୁନା ପରୀକ୍ଷା କରାଯାଉଛି। ତହିଁରେ କେତେ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି ତାହାର ଚିତ୍ର ଦିଆଯାଉନାହିଁ। କୋଭିଡ ଡ୍ୟାସବୋର୍ଡ କିମ୍ବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପୂର୍ବରୁ ଏହା ସଂପର୍କରେ ସୂଚନା ଦିଆଯାଉଥିଲା। ଗତବର୍ଷ ନଭେମ୍ବର ୯ତାରିଖରେ କୋଭିଡ ଡ୍ୟାସବୋର୍ଡ ଶେଷଥର ଲାଗି ଅପ୍ଡେଟ୍ ହୋଇଥିଲା।
Follow Us