ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ: ଚଳିତବର୍ଷ ରେକର୍ଡପରିମାଣର ଧାନ ସଂଗ୍ରହ ହୋଇଛି

ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ: ଚଳିତବର୍ଷ ରେକର୍ଡପରିମାଣର ଧାନ ସଂଗ୍ରହ ହୋଇଛି

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲା ଭିତରେ ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, ଚଳିତବର୍ଷ ରେକର୍ଡପରିମାଣର ଧାନ ସଂଗ୍ରହ ହୋଇଛି। ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଥିଲା। ଗତବର୍ଷ ଅପେକ୍ଷା ଏଯାଏଁ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ମାର୍ଚ୍ଚ ୩୧ ଧାନକିଣାର ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ୯.୯୩ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଏ ବାବଦକୁ ୧୦ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ସେ ସୂଚନା ଦେଇଛନ୍ତି। ବିରୋଧୀମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସେମାନେ ହୋହଲ୍ଲା କରୁଛନ୍ତି। ଆମେ ବାହାର ରାଜ୍ୟର ବ୍ୟବସାୟୀମାନଙ୍କର ଧାନ କିଣିବୁ ନାହିଁ। କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe