କଟକ ପ୍ରଶାସନର ବିଚିତ୍ର ‘ଫନି’ ମୁକାବିଲା : ରନ୍ଧା ଖାଦ୍ୟରେ ଖର୍ଚ୍ଚ ୨ କୋଟି ୧୮ ଲକ୍ଷ

Advertisment
କଟକ ପ୍ରଶାସନର ବିଚିତ୍ର ‘ଫନି’ ମୁକାବିଲା : ରନ୍ଧା ଖାଦ୍ୟରେ ଖର୍ଚ୍ଚ ୨ କୋଟି ୧୮ ଲକ୍ଷ

କଟକ : ‘ଫନି’ ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବିଚିତ୍ର ବ୍ୟବସ୍ଥା ଏବେ ଚର୍ଚ୍ଚାର ବିଷୟ ହୋଇଛି। ରିପୋର୍ଟ ଅନୁଯାୟୀ ଯେଉଁ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ସେସବୁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମାତ୍ର ଦେଢ ଦିନ ଦିଆଯାଇଥିଲା ରନ୍ଧା ଖାଦ୍ୟ। କିନ୍ତୁ ଯେଉଁ ଅଂଚଳ କମ୍‌ କ୍ଷତିଗ୍ରସ୍ତ ହୋଇଥିଲା ସେ ସବୁ ଅଂଚଳରେ ୩ଦିନ ଧରି ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ରନ୍ଧା ଖାଦ୍ୟ। ଯେଉଁଥିପାଇଁ ଖର୍ଚ୍ଚ ହୋଇଛି ୨କୋଟି ୧୮ଲକ୍ଷ ୫୦ହଜାର ଟଙ୍କା। ଏଭଳି ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଛି। କଣ୍ଟାପଡା, ନିଆଳି ଭଳି ସର୍ବାଧିକ ପ୍ରଭାବିତ ସ୍ଥାନରେ ମାତ୍ର ଦେଢଦିନ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦେବା ଘଟଣା ସମାଲେଚନାର କାରଣ ହୋଇଛି। ଅନ୍ୟପଟେ ଫନି ସମୟରେ ଅନେକ କେନ୍ଦ୍ରରେ ରନ୍ଧା ଖାଦ୍ୟ ବଦଳରେ ଲୋକଙ୍କୁ ବିସ୍କୁଟ ଖାଇ ରହିବାକୁ ପଡିଥିଲା। ଏପରିକି କିଛି ସ୍ଥାନରେ ରନ୍ଧା ଖାଦ୍ୟ ସବୁ ଲୋକଙ୍କୁ ମିଳିନଥିବା ନେଇ ଅଭିଯୋଗ ମଧ୍ୟ ଉଠିଥିଲା। କିନ୍ତୁ ଏଥିରେ ବି ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ଅନେକଙ୍କୁ ଚକିତ କରିଛି।

ସୂଚନା ଅନୁସାରେ, କଟକ ଜିଲ୍ଲାରେ ‘ଫନି’ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିଲା ଅନେକ ପଦକ୍ଷେପ। କଟକ ମହାନଗର ନିଗମ ସମେତତ ଜିଲ୍ଲାର ୧୪ଟି ବ୍ଲକ୍‌ରେ ପାଖାପାଖି ୧ଲକ୍ଷ ୧୪ହଜାର ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ‌ଆଶ୍ରୟସ୍ଥଳୀ(ସେଲ୍‌ଟର ହୋମ୍‌)ରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ସେଥିପାଇଁ ଖର୍ଚ୍ଚ ହୋଇଛି ୨କୋଟି ୧୮ଲକ୍ଷ ୫୦ହଜାର ଟଙ୍କା। ହେଲେ ଜିଲ୍ଲାର ନିଶ୍ଚିନ୍ତକୋାଇଲି, ବାରଙ୍ଗ, ବାଙ୍କୀ, ଡମପଡା, ବାରଙ୍ଗ ଆଦି ସ୍ଥାନରେ ୩ଦିନ ଲେଖାଏଁ ରନ୍ଧାଖାଦ୍ୟ ଦିଆଯାଇଥିବାବେଳେ କିଛି ବ୍ଲକ୍‌ରେ ୨ଦିନ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ପ୍ରଶାସନ ତାଲିକାରେ ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳ ଭାବେ ଚିହ୍ନଟ ହୋଇଥିବା ନିଆଳି, କଣ୍ଟାପଡା ବ୍ଲକ୍‌ରେ କିନ୍ତୁ ଦେଢଦିନ ଦିଆଯାଇଥିଲା ଖାଇବାକୁ । ନିଶ୍ଚିନ୍ତକୋଇଲି, ବାରଙ୍ଗ, ଡମପଡା, ନିଆଳି, କଣ୍ଟାପଡା ସମେତ ବିଭିନ୍ନ ବ୍ଲକ୍‌ ଓ ସିଏମ୍‌ସି ରନ୍ଧା ଖାଦ୍ୟ ଯୋଗାଣକୁ ନେଇ ବିପନ୍ନ ଅଭିଯୋଗ କରିଥିଲେ। ଅନେକ ସ୍ଥାନରେ ରନ୍ଧା ଖାଦ୍ୟ ବଦଳରେ ବିସ୍କୁଟ ଖାଇ ଭୋକ ମେଣ୍ଟାଇଥିଲେ ବିପନ୍ନ। ସିଏମ୍‌ସିରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ନିଆଳି ଓ କଣ୍ଟାପଡା ବ୍ଲକ୍‌ରେ ଅଧିକାଂଶ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଇବାକୁ ମିଳିନଥିବା ମଧ୍ୟ ଅଭିଯୋଗ ହେଉଛି। ଏସବୁର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋ‌ଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe