ଖାଦ୍ୟରେ ବିଷକ୍ରିୟା: ୨ ଶିଶୁ ମୃତ, ମା’ ଗୁରୁତର

ମୋବାଇଲ ପାଇଁ ଜୀବନ ହାରିଲେ ଯୁବକ

observerbd.com

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ଗଡ଼ହୁମ୍ମା ଗ୍ରାମରେ ଖାଦ୍ୟ ବିଷାକ୍ତ ହେବାରୁ (ଫୁଡ଼୍ ପଏଜନିଂ) ଦୁଇଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଶିଶୁ ହେଲେ, ରାମକୃଷ୍ଣ ମହାରଣାଙ୍କ ଝିଅ ସିମରନ୍ ଓରଫ୍ ପ୍ରିୟାଂଶି ମହାରଣା (୩) ଓ ପୁଅ ରୁଦ୍ର ମହାରଣା (୨)। ମାଆ ସୁନିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନାନୁସାରେ, ରବିବାର ରାତ୍ରିଭୋଜନରେ ଭାତ, ଡାଲି ଓ ଆଳୁ ଭରତା ଖାଇଥିଲେ। ପରେ ଦୁଇଶିଶୁ କ୍ଷୀର ପିଇଥିଲେ। କିଛି ସମୟ ପରେ ଦୁଇସନ୍ତାନଙ୍କ ସହ ସୁନିତା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗଞ୍ଜାମ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଫେରିଥିଲେ। ଗତକାଲି ରାତିରେ ବି ଦୁଇ ଶିଶୁ କ୍ଷୀର ପିଇ ଶୋଇଥିଲେ। ଆଜି ଭୋର୍ ୫ଟାରେ ଦୁହେଁ ଅନବରତ ବାନ୍ତି କରିବାରୁ ଗଞ୍ଜାମ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରଥମେ ରୁଦ୍ର ଓ ଏହାପରେ ପ୍ରିୟାଂଶି ଆଖି ବୁଜି ଦେଇଥିଲେ। ସୁନିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା।

ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃ୍ଷ୍ଟି ହୋଇଥିଲା। ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଓ ରମ୍ଭା ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ଗାଁରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପାଇଁ କହିବାରୁ ପରିବାର ଲୋକେ ରାଜି ‌ହୋଇ ନଥିଲେ। ବୁଝାସୁଝା କରିବା ପରେ ଦୁଇ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ସେମାନଙ୍କ ବାପା ରାମକୃଷ୍ଣ ସେନାବାହିନୀରେ କାର୍ଯ୍ୟ କରୁଥିବାବେଳେ ଘରେ ଜେଜେବାପା ଗୋବିନ୍ଦ ମହାରଣା ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe