ଭୋଜି ଖାଇ ୯୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

Advertisment
ଭୋଜି ଖାଇ ୯୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମାହାଙ୍ଗା : ବିବାହ ଭୋଜି ଖାଇ ୯୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମାହାଙ୍ଗା ବ୍ଲକ୍‌ ମଧୁପୁର ପଞ୍ଚାୟତସ୍ଥିତ ଦୋବନ୍ଧିଆ ଗ୍ରାମରେ ଆଜି ଏଭଳି ଘଟଣା ଘଟିଛି। ଝାଡ଼ାବାନ୍ତିର ଶିକାର ଅଧିକାଂଶ ଆକ୍ରାନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଗନ୍ନାଥପୁର, ବାସୁଦେବପୁର ଓ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍କୁଲ୍‌ରେ ଏକ ଅସ୍ଥାୟୀ କ୍ୟାମ୍ପ୍‌ ପକାଇ ଆକ୍ରାନ୍ତଙ୍କ ଚିକିତ୍ସା କରିଛି। ବିବାହ ଭୋଜି ଖାଦ୍ୟ ବିଷାକ୍ତ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ଏବଂ ପ୍ରାଥମିକ ଚିକିତ୍ସା ପରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe