କୋଭିଡ୍‌ ସ୍ଥିତିରେ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି: ମନ୍ତ୍ରୀ

Advertisment

ଖାଦ୍ୟ ଯୋଗାଣ, ସମବାୟ ବିଭାଗର ସମୀକ୍ଷା

ଖାଦ୍ୟ ଯୋଗାଣ, ସମବାୟ ବିଭାଗର ସମୀକ୍ଷା

ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ବର : ସମ୍ପ୍ରତି ରାଜ୍ୟରେ କୋଭିଡ୍‌-୧୯ର ଦ୍ବିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ରାଜ୍ୟର ସମସ୍ତ ହିତାଧିକାରୀଙ୍କ ନିକଟରେ ଯେପରି ଠିକ୍ ସମୟରେ ରାସନ୍ ସାମଗ୍ରୀ ପହଞ୍ଚିପାରିବ, ସେଥି ନିମନ୍ତେ ବିଶେଷ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥି ପ୍ରତି ବିଭାଗୀୟ ଅଧିକାରୀମାନେ ସତର୍କ ରହିବାକୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ସୋମବାର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। କୋଭିଡ୍‌-୧୯ର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଖାଉଟିମାନେ ଯେପରି ସହଜ ଓ ସୁବିଧାରେ ସାମାଜିକ ଦ୍ବରତ୍ବ ରକ୍ଷା କରି ସେମାନଙ୍କ ପିଡିଏସ୍‌ ରାସନ୍ ସାମଗ୍ରୀ ପାଇପାରିବେ, ସେ ଦିଗରେ ଅଧିକ ଧ୍ୟାନ ଦେବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ରବି ଧାନ ସଂଗ୍ରହର ପ୍ରସ୍ତୁତି ଉପରେ ସମୀକ୍ଷା କରାଯାଇଥିଲା। ମେ' ପ୍ରଥମ ସପ୍ତାହରୁ ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ହେବ। ଏହାକୁ ସୁସଂହତ କରିବା ଦିଗରେ ବିଭାଗୀୟ ଅଧିକାରୀ ଓ କ୍ଷେତ୍ରରେ କାମ କରୁଥିବା ପ୍ୟାକ୍ସ/ଲ୍ୟାମ୍ପ୍‌ସର ଅଧିକାରୀମାନଙ୍କୁ ତତ୍ପର ହେବାକୁ କୁହାଯାଇଥିଲା। ମୂଲ୍ୟ ସହାୟକ ଯୋଜନାରେ ଡାଲି, ତୈଳବୀଜ, ଚିନାବାଦାମ ଇତ୍ୟାଦିକୁ ସୁଚାରୁରୂପେ ସଂଗ୍ରହ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ କହିଥିଲେ। ସେହିପରି ସମବାୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଚାଷୀମାନଙ୍କୁ ସହଜରେ କୃଷି ଋଣ ଯୋଗାଣ ସହିତ ଯୁଗ୍ମଦେୟ ଗୋଷ୍ଠୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଇଦେବା ପାଇଁ ଗୁରୁତ୍ବାରୋପ କରାଯାଇଥିଲା। ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ୫-ଟିକୁ କଡ଼ାକଡ଼ି ଭାବେ ଅନୁପାଳନ ପୂର୍ବକ ଧାର୍ଯ୍ୟ ଲକ୍ଷ ହାସଲ ସହିତ ସମ୍ପୂର୍ଣ୍ଣ ସ୍ବଚ୍ଛତା ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥିଲେ। ‌େବୖଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କ ସମେତ ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ଓସାମ୍‌ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe