ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି ୩କୋଟି ୩୩ ଲକ୍ଷ ହିତାଧିକାରୀ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି ୩କୋଟି ୩୩ ଲକ୍ଷ ହିତାଧିକାରୀ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

Image Courtesy of Swarajya

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି ୩କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ହିତାଧିକାରୀ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩ ଲକ୍ଷ ୧୩ ହଜାର ୪୪୮ ପରିବାରର ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୬୧ ହଜାର ୨୨୭ ପରିବାର ୮ଲକ୍ଷ ୮ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି । ଆଜି ଗୃହରେ ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ | ୱାନ ନେସନ୍ ୱାନ ରାସନ୍ କାର୍ଡ ଯୋଜନାରେ ୧୦ହଜାର ୫୭୮ ଡିଲରଙ୍କ ଜରିଆରେ ସୁବିଧା ଯୋଗାଇ ଦିଆଯାଉଛି। ୧ ଲକ୍ଷ ୧୦ ହଜାର ପରିବାର ଉପକୃତ ହେଉଛନ୍ତି।

ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏୱାଇ, ଆଧାର ସିଡ଼ିଂ ପ୍ରତିଶତ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପ୍ରତିଶତ ଭଳି ବିଭିନ୍ନ ଇଣ୍ଡେକ୍ସକୁ ଆଧାରରେ ଓଡ଼ିଶା ଏକ ନମ୍ବର ହୋଇଛି। ବଡ ବଡ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସବୁଥିରେ ଅଧିକ ମାର୍କ ପାଇଛି। ଯୋଜନାକୁ ସବୁବେଳେ ସଠିକ୍ ଭାବେ କାର୍ଯ୍ୟକାରୀ ପାଇଁ ଯୋଜନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟର ଯୋଜନାକୁ ମଡେଲ ଭାବେ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe