ମାଓବାଦୀ ସଂଗଠନରେ ଖାଦ୍ୟାଭାବ

Advertisment

ପୂର୍ବ ଭଳି ମାଓବାଦୀ ନିଜ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି। ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ପୂର୍ବ ଭଳି ମାଓବାଦୀ ନିଜ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି। ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

mao

ମାଲକାନଗିରି: ପୂର୍ବ ଭଳି ମାଓବାଦୀ ନିଜ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି। ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗାଁରେ ମଧ୍ୟ ପୂର୍ବ ଭଳି ମାଓବାଦୀଙ୍କୁ ଆଉ ସମର୍ଥନ ମିଳୁନି। ଯାହା ମାଓ ସଂଗଠନକୁ ଦୁର୍ବଳ କରିବା ପଛର ଅନ୍ୟତମ ମୁଖ୍ୟ କାରଣ। ସଂଗଠନର ଶୀର୍ଷ ନେତା ମାଓବାଦୀଙ୍କୁ ଏକଜୁଟ ହେବାକୁପରାମର୍ଶ ଦେବା ସହିତ ଖାଦ୍ୟ ଯୋଗାଡ଼ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେଣ୍ଟ୍ରାଲ କମିଟି ସଦସ୍ୟ ଉଦୟର ମୃତ୍ୟୁ କେବଳ ଖାଦ୍ୟ ପାଇଁ ହୋଇଛି।

ଖାଦ୍ୟ ଯୋଗାଡ଼ କରିବାକୁ ଯାଇ ଉଦୟ, ଅରୁଣା ଓ ଗନ୍‌ମ୍ୟାନ ସଞ୍ଜୁ ପୁଲିସ ଗୁଳିରେ ନିହତ ହୋଇଥିଲେ। ବର୍ଷା ଆରମ୍ଭ ହେବା ପରେ ଖାଦ୍ୟ ସନ୍ଧାନରେ ମାଓବାଦୀ ସଂଗଠନ ରହିଛି। ପୁଲିସ ଏହାର ସୁଯୋଗ ନେଇ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ଏନ୍‌କାଉଣ୍ଟର କରୁଛି। ଅପରେସନ୍‌ ‘ମନସୁନ୍‌’ରେ ପୁଲିସ ଓ ଯବାନ ସାମିଲ ହୋଇଛନ୍ତି। ଦୁର୍ଗମ ଗ୍ରାମର ଲୋକମାନେ ମାଓବାଦୀଙ୍କୁ ବର୍ଷା ଦିନରେ ଯେପରି ଖାଦ୍ୟ ନ ଯୋଗାନ୍ତି ସେ ନେଇ ସଚେତନ କରାଯାଉଛି। ଖାଦ୍ୟାଭାବ କାରଣରୁ ବହୁ ମାଓବାଦୀ ସଂଗଠନ ଛାଡ଼ୁଥିବାର ଖବର ରହିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ କରିବାକୁ ସୁରକ୍ଷାକର୍ମୀ ଅପରେସନ୍‌ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe