ଭୁବନେଶ୍ବର: ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଖାଦ୍ୟ ଯୋଗାଣ କ୍ଷେତ୍ରରେ ବିଭାଗ ସକ୍ରିୟ ଥିବାରୁ ଆଉ ଲୋକଙ୍କ ସମସ୍ୟା ଖବର ପାଇ ସଙ୍ଗେ ସଙ୍ଗେ ସେମାନଙ୍କୁ ସେବା ସୁବିଧା ଯୋଗାଉଥିବାରୁ ଏହି ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ସାମିଲ ହୋଇଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ, ଉନ୍ନୟନ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
The Statesmanରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ ଖାଦ୍ୟାଭାବ ନେଇ ଖବର ଆସେ କିମ୍ବା ଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହୋଇ ନଥିବା ଅଭିଯୋଗ ହୁଏ ମନ୍ତ୍ରୀ ତଥା ବିଭାଗର ଅନ୍ୟ ଅଧିକାରୀମାନେ ସଙ୍ଗେ ସଙ୍ଗେ ତଦନ୍ତ କରି ଉକ୍ତ ସମସ୍ୟାର ସମାଧାନ କରି ସାଧାରଣ ଲୋକଟିଏକୁ ତୁରନ୍ତ ସୁବିଧା ଯୋଗାଇ ଦେଇଥିବା ଅନେକ ନଜିର ରହିଛି । ତେଣୁ ଏ ସବୁ ଦୃଷ୍ଟିରୁ ଯୋଗାଣ ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି ।
ସେପଟେ ପୂର୍ବରୁ ଗୃହ ବିଭାଗ, ଏସସି ଏସଟି ବିଭାଗ, ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ଭଳି ବିଭାଗ ମୋ ସରକାରରେ ସାମିଲ ହୋଇଥିବା ବେଳେ ଏବେ ଯୋଗାଣ ବିଭାଗକୁ ସାମିଲ କରାଯାଇଛି । ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝି ତାର ଶୀଘ୍ର ସମାଧାନ କରିବାକୁ ମୋ ସରକାରର କାର୍ଯ୍ୟକାରୀ କରାଯାଇଛି । ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Follow Us