ହାଟଡିହିରେ ବ୍ୟାପୁଛି ଫାଟୁଆ ରୋଗ

Advertisment
୨୦ତମ ପଶୁ ସଂପଦ ଜନଗଣନା: ଓଡ଼ିଶାରେ କମୁଛନ୍ତି ଦେଶୀ ଗୋରୁଗାଈ ସଂଖ୍ୟା

Times of India

ହାଟଡିହି : ହାଟଡିହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି। ଅନେକ ଗୋରୁଗାଈ ରୋଗାକ୍ରାନ୍ତ ହୋଇଛନ୍ତି। ବାଛୁରିମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ହାଟଡିହି ବ୍ଲକ୍‌ର ଶାସଙ୍ଗ, ହାଟଡିହି, ପନ୍ଦାଡୋ ପଞ୍ଚାୟତରେ କିଛିଦିନ ଭିତରେ ଅନେକ ଗାଈଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହାତୀ କରିଡର ନିକଟ ଗ୍ରାମ ଗୁଡ଼ିକରେ ଆନ୍ଥ୍ରାକ୍ସ ପ୍ରତିଷେଧକ ଦିଆଯାଉଥିବା ବେଳେ ପୋଡ଼ାସିଙ୍ଗିଡି ଗ୍ରାମରେ ଦୁଇଦିନ ତଳେ ଜଙ୍ଗଲ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଗୋରୁଗାଈଙ୍କୁ ଆନ୍ଥ୍ରାକ୍ସ ପ୍ରତିଷେଧକ ଦିଆଯାଇଥିଲା। ଏହାପରେ ଗ୍ରାମର ୩/୪ଟି ଗୋରୁ ପ୍ରାଣ ହରାଇଥିଲେ।

ସେହିପରି ଶାସଙ୍ଗ ଗ୍ରାମରେ କିଛିଦିନ ଭିତରେ ୨୦ରୁ ୩୦ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ମରୈଗାଁ ପ୍ରାଣୀ ଚିକିତ୍ସା ଅଧିକାରୀ ରଶ୍ମିରଞ୍ଜନ ନାୟକଙ୍କୁ ପଚାରିବାରୁ, ପୋଡ଼ାସିଙ୍ଗିଡ଼ିରେ ଗୋରୁଗାଈ ମରିଥିବା ଖବରପାଇ ଆମେ ସେଠାକୁ ଯାଇ ତଦନ୍ତ କରିଥିଲୁ। ମାତ୍ର ଦୁଇଟି ବାଛୁରି ଫାଟୁଆ ରୋଗରେ ମରିଥିବା ଜଣାପଡ଼ିଥିଲା। ଆନ୍ଥ୍ରାକ୍ସ ପ୍ରତିଷେଧକ ଦିଆଯିବା ଯୋଗୁଁ କିଛି ଅସୁବିଧା ହୋଇନାହିଁ। ସେହିପରି ଫାଟୁଆ ରୋଗର ପ୍ରତିଷେଧକ ପାଇଁ ବ୍ୟବସ୍ଥା କରାଯାଉଥିବା ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe