ଆରମ୍ଭ ହେଲା ପୁଲିସର ଫୁଟ୍ ପାଟ୍ରୋଲିଂ

Advertisment
ଆରମ୍ଭ ହେଲା ପୁଲିସର ଫୁଟ୍ ପାଟ୍ରୋଲିଂ

ଜୟପୁର: ଜିଲା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଫୁଟ୍ ପାଟ୍ରୋଲିଂ। ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଟାଉନଥାନା ଓ ସଦରଥାନା ପକ୍ଷରୁ ପୃଥକ ପୃଥକ୍ ଭାବେ ନିଜ ନିଜ ଥାନା ଅଂଚଳରେ ପୁଲିସ ଅଧିକାରୀଙ୍କ ସହ ସଦଳବଳ ଚାଳିଚାଳି ପାଟ୍ରୋଲିଂ କରିଛନ୍ତି। ଖାସ୍ କରି ଅପରାଧ ପ୍ରବଣ ଅଂଚଳ ଏବଂ ସମ୍ବେଦନଶୀଳ ଅଂଚଳ ଗୁଡିକରେ ଏହି କାର୍ଯ୍ୟକ୍ରମ ଅଧିକା କରିବାକୁ ପୁଲିସ ପକ୍ଷରୁ ନିଷ୍ପତି ନିଆଯାଇଛି।

ଲୋକଙ୍କୁ ପୁଲିସ ପ୍ରତି ଆସ୍ଥା ଓ ବିଶ୍ବାସ ଜନ୍ମାଇବା ସହ ସୁସଂପର୍କ ସ୍ଥାପନ କରିବା। ଅପରାଧିକ ଗତିବିଧି କମାଇବା, ଅପରାଧି ଧରପଗଡ଼କୁ ବ୍ୟାପକ କରିବାକୁ ଏହି ଅଭିଯାନ କରାଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି କ୍ରମରେ ଆଜି ଜୟପୁର ସଦରଥାନା ପକ୍ଷରୁ ମକାପୁଟ ଅଂଚଳରେ ଫୁଟ ପାଟ୍ରୋଲିଂ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ସେଭଳି ଜୟପୁର ଟାଉନଥାନା  ପକ୍ଷରୁ ମୁଖ୍ୟରାସ୍ତା , ଗଙ୍ଗାନଗର ଅଂଚଳରେ ଫୁଟ ପାଟ୍ରୋଲିଂ କରାଯାଇଥିବା କହିଛନ୍ତି ଭାରପ୍ରାପ୍ତ ଟାଉନଥାନା ଅଧିକାରୀ ଶ୍ରୀ ତାଣ୍ଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe