ଚାଇଲଡ୍ ଫଣ୍ଡ ଇଣ୍ଡିଆ ଦ୍ବାରା ‘ସାମାଜିକ ପରିବର୍ତ୍ତନରେ ଫୁଟବଲ’

ଚାଇଲଡ୍ ଫଣ୍ଡ ଇଣ୍ଡିଆ ଦ୍ବାରା ‘ସାମାଜିକ ପରିବର୍ତ୍ତନରେ ଫୁଟବଲ’

ଜୟପୁର: ଚାଇଲଡ୍ ଫଣ୍ଡ  ଇଣ୍ଡିଆ , କୋରାପୁଟ ପକ୍ଷରୁ ‘‘ସାମାଜିକ ପରିବର୍ତ୍ତନରେ ଫୁଟବଲ’’ କାର୍ଯ୍ୟକ୍ରମ ଜେଇଏଲସି ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଗତ ୨୦୧୮ମସିହାରୁ ଚାଇଲଡ୍ ଫଣ୍ଡ ଇଣ୍ଡିଆ ଦ୍ବାରା ଏହା ଆରମ୍ଭ କରାଯାଇଛି। ବାଲ୍ୟ ବିବାହ , ଅଧାରୁ ବିଦ୍ୟାଳୟରେ ପାଠ ଛାଡ଼ିବା, ଦୂରବସ୍ଥା କ୍ଳେଶ  , ଗାଁ ପରିମଳ ଓ ଓ ସଫେଇ ବିଷୟକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ବିଷୟଗୁଡିକୁ ନେଇ ଏମାନେ ନିଜ ନିଜ ଗାଁରେ ଶିଶୁ ସଂଘ, ଯୁବକ ସଂଘ ରେ ଅନ୍ୟ ମାନଙ୍କୁ ବୁଝାଇବା ସହ ଅନେକ ସମସ୍ୟା ଚିହ୍ନଟ କରି ସମାଧାନ କରିଥିବା କହିଥିଲେ।

ଏଥିରେ ଜୟପୁର ବ୍ଲକର ବାରିଣୀପୁଟ, ରଣ୍ଡାପାଲ୍ଲୀ, ଟାଙ୍କୁଆ ଓ ଗଡ଼ପଦର, କୋରାପୁଟ ବ୍ଲକର ଲଙ୍କାପୁଟ, ଉମୁରୀ, ଲମତାପୁଟବ୍ଲକର କୁମାରଗନ୍ଦଣା ପଂଚାୟତର ୬୦ଜଣ ପୁଅ ଓଝିଅ ଏଥିରେ ଭାଗ ନେଇଥିଲେ।  ଏହି କାର୍ଯ୍ୟକ୍ରମକୁ ଚାଇଲଡ୍ ପଣ୍ଡର କର୍ମୀ ଯଶମୀନ ମହାନ୍ତି, ପୁର୍ଣ୍ଣିମା ଦାଶ, କମଳ କୁମାର ଷଡଙ୍ଗୀ,  ଡେଭିଡ଼୍ କର, ଏସ.ଭି ହେମନ୍ତ କୁମାର ପରିଚାଳନା କରିଥିବା ବେଳେ କର୍ମୀ  ଧାର୍ମିକା ନାୟକ , ନିରଜ ବେନ୍ୟା , ମଧୁସ୍ମିତା ନାୟକ , ସିତାମଣୀ ହନ୍ତାଲ, ବ୍ଳେସୀ ବାଗ , ସୁଶିଲା ମୁଦୁଲି ,  ସୁମନ କୁମାର ନାୟକ , ବଳରାମ କ୍ରିଶାନି , ଗୌର ଚନ୍ଦ୍ର ହନ୍ତାଳ , ପ୍ରୀତି ସ୍ୱାଇଁ ,  ସଲମା ବେନିଆ , ଲଳିତ କୁମାର ଦଳେଇ , ଯୋଗେଶ୍ୱର କ୍ରିସାନି ,  ସୁବ୍ରତ ହରିଜନ  ପରିଚାଳନାରେ ସହଯୋଗ କରି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe