ଫୁଟ୍‌ବଲ୍‌ ରେଫରୀ ଶରତ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

Advertisment
ଫୁଟ୍‌ବଲ୍‌ ରେଫରୀ ଶରତ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

ବାରିପଦା: ମୟୂରଭଞ୍ଜର ଜଣାଶୁଣା ଫୁଟବଲ୍‌ ଖେଳାଳି ତଥା ଜାତୀୟସ୍ତରର ରେଫରୀ ଶରତ ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଗତକାଲି ରାତିରେ ୮୮ ବର୍ଷ ବୟସରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ କ୍ରୀଡ଼ାପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଏକଦା ଜିଲ୍ଲା ଓ ରାଜ୍ୟ ଫୁଟ୍‌ବଲ୍‌ ଦଳରୁ ପ୍ରତିନିଧିତ୍ୱ କରି ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ଜାତୀୟସ୍ତରର ରେଫରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ ଖେଳାଳି ପରେଶ ଦାସ, ଅମୁଲ୍ୟ ମିଶ୍ର, ବିଜୟ ଦାସ, ପ୍ରଦୀପ ଲେଙ୍କା, ପୂର୍ବତନ ନଗରପାଳ ଦୀନକୃଷ୍ଣ, ଶିକ୍ଷାବିତ୍‌ ପଦ୍ମଶ୍ରୀ ଦାସ, କ୍ରୀଡ଼ାବିତ୍‌ ହେମନ୍ତ ଦାସ, କିଶୋର କୁମାର ବିଶ୍ୱାଳ, ବିଜୟ କୁମାର ଦାସ, ଅମର କୁମାର ସେଠୀ, ହରପ୍ରସାଦ ପାତ୍ର, ଅମ୍ବିକା ରାଉତ, ସୋମନାଥ ସିଂହ, ସିନେ ପ୍ରଯୋଜକ ଚିନ୍ମୟ ଦାସପଟ୍ଟନାୟକ, ଅଭିନେତା ଲମ୍ବୋଦର ସିଂହ, କଣ୍ଠଶିଳ୍ପୀ ସୁଜିତ ନାଥ, ଆଇନଜୀବୀ ବିଭୁ ପ୍ରସାଦ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭାବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସକାଳେ ବାରୁଣୀ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଦେବୀଦତ୍ତ ମହାନ୍ତି ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe