ଭତ୍ତା ପାଇଁ ୨ ବର୍ଷରେ ବୟସ ବଢ଼ିଗଲା ୨୧ ବର୍ଷ!

Advertisment
ଥାନାଧିକାରୀଙ୍କ ସ୍ବାମୀଙ୍କ କାରନାମା: ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ

Moneycontrol

ବାଲେଶ୍ବର: ପଞ୍ଚାୟତ କାର୍ଯ୍ୟାଳୟଠୁ ବ୍ଲକ ଅଫିସ, ଉପଜିଲ୍ଲାପାଳଙ୍କଠୁ ଜିଲ୍ଲାପାଳ ଅଫିସ; ଭତ୍ତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡ଼ିଛି। ତଥାପି ପରିଣତ ବୟସରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରିନି ଭତ୍ତା। ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ବାଲେଶ୍ବର ଜିଲ୍ଲାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏ ନେଇ କିଛି ହିତାଧିକାରୀଙ୍କ ଅଭିଯୋଗ ଉପରେ ତନାଘନା କରାଯିବାରୁ ଜାଲିଆତି ପଦାକୁ ଆସିଛି। ଏମିତିକି ଜଣେ ମହିଳାଙ୍କର ପ୍ରକୃତ ବୟସ ୪୬ ଥିବା ବେଳେ ଭୋଟର ସଂଶୋଧନ ତାଲିକାରେ ତାଙ୍କ ବୟସ ୬୫ ବୋଲି ଉଲ୍ଲେଖ ରହିଛି।

ବସ୍ତା ବ୍ଳକ ସାହାଡ଼ା ଗ୍ରାମର ମଞ୍ଜୁଲତା ଜେନାଙ୍କ ବୟସ ବର୍ତ୍ତମାନ ୪୬ ବର୍ଷ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ସଂଶୋଧନ ତାଲିକାର ମଞ୍ଜୁଲତାଙ୍କ ବୟସ ୪୪ ବୋଲି ଉଲ୍ଲେଖ ଥିଲା। ତେବେ ନିକଟରେ ହୋଇଥିବା ଭୋଟର ସଂଶୋଧନ ତାଲିକାରେ ମଞ୍ଜୁଲତାଙ୍କ ବୟସ ୬୫ ରହିଛି। ୨ ବର୍ଷରେ ମଞ୍ଜୁଲତାଙ୍କ ବୟସ କେମିତି ୨୧ ବର୍ଷ ବଢ଼ିଗଲା, ତାହା ସାଧାରଣରେ କୌତୁହଳ ସୃଷ୍ଟି କରିବା ସହ ସରକାରୀ କଳର କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଛିଡ଼ା କରିଛି।

କେବଳ ମଞ୍ଜୁଲତା ନୁହେଁ, ଭୋଟର ସଂଶୋଧନ ତାଲିକାରେ ସାହାଡ଼ା ଗାଁର ୩୦ରୁ ଅଧିକ ଲୋକଙ୍କ ବୟସ ଅଧିକ ଦର୍ଶାଯାଇଛି। ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯିବା ସତ୍ତ୍ବେ କିଛି ସୁଫଳ ନ ମିଳିବାରୁ ଅଭିଯୋଗକାରୀମାନେ ଶେଷରେ ‘ମୋ ସରକାର’ ନିକଟରେ ଫେରାଦ ହୋଇଥିଲେ। ଜାଲିଆତି ହୋଇଥିବା ଜାଣିବା ପରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏହାକୁ ଗୁରୁତ୍ବର ସହ ନେଇ କୈଫିୟତ୍‌ ତଲବ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe