OrissaPOST
ରିଆମାଳ: ଦେବଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା କିଣିଲେ ଧାନ। ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚୟତ ତେଲିମୁଣ୍ଡାର ପଦ୍ମାଳୟ ଏସ୍ଏଚ୍ଜି ଧାନ କିଣା ଆରମ୍ଭ କରିଛି। ଗ୍ରୁପ୍ର ସଭାପତି ରାନୁ ପ୍ରଧାନ ଓ ସମ୍ପାଦକ ମମତା ବିଶ୍ବାଳଙ୍କ ତତ୍ବାବଧାନରେ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ।
ଏଥିରେ ଆର୍ଏମ୍ସି ସମ୍ପାଦକ ବି. ଲାକ୍ରା, ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଯୋଗେଶ୍ବର ସାଇ, ନାଉଲିପଡ଼ା ସରପଞ୍ଚ ଏଲିନା ସାହୁ, ବ୍ଲକ୍ ଚାଷୀ ସଂଗଠନ ସମ୍ପାଦକ ଯୋଗେଶ୍ବର ବିଶ୍ବାଳ, ରମାକାନ୍ତ ପ୍ରଧାନ, ଅବସରପ୍ରାପ୍ତ କୃଷି ଅଧିକାରୀ ହରିଶ୍ଚନ୍ଦ୍ର ବିଶ୍ବାଳ, ରିଆମାଳର ପୂର୍ବ ସରପଞ୍ଚ ତରଣୀସେନ ପ୍ରଧାନ ଯୋଗ ଦେଇଥିଲେ। ପ୍ରଥମ ଦିନରେ ୬ ଜଣ ଚାଷୀଙ୍କ ଧାନ କିଣା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ପ୍ରଧାନ, ବାବୁଲା ପ୍ରଧାନ, ଲମ୍ବୋଦର ନାୟକ ସମେତ ଏସ୍ଏଚ୍ଜିର ସମସ୍ତ ମହିଳା ଓ ଗ୍ରାମବାସୀ ସହଯୋଗ କରିଥିଲେ।
Follow Us