ପବିତ୍ର ଶ୍ରୀରାମ ନବମୀ ପାଇଁ ଭଦ୍ରକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା

Advertisment
ପବିତ୍ର ଶ୍ରୀରାମ ନବମୀ ପାଇଁ ଭଦ୍ରକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭଦ୍ରକ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଭଦ୍ରକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପେଟ୍ରୋଲିଂ ସହ ପୁଲିସ ଭ୍ୟାନ ବୁଲି ଯାଞ୍ଚ କରୁଛି।

ଏହାସହ ପୁଲିସ ପକ୍ଷରୁ ‌ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖାଯାଇଛି । ରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।

ସ୍ଥାନୀୟ ଗାନ୍ଧି ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ କରାଯାଉଛି। ବୁଧବାର ଅପରାହ୍ନ ୪ଟାରେ ନଗରସଂକୀର୍ତ୍ତନ ବାହାରିବ । ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହିବସ୍ତିରୁ ବାହାରିବ। ଏଥିପାଇଁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe